ଅଖଣ୍ଡ ନାମ ସଂକୀର୍ତ୍ତନ୍ୟ ଆଶ୍ରମ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

0 4

ପଦ୍ମପୁର:-ବରଗଡ଼ ଜିଲ୍ଲା ବୋଡାସମ୍ବର ବ୍ଳକ ଅଧିନସ୍ଥ ବିଜାପାଲି ପଞ୍ଚାୟତ ର ବାନ୍ଧେନବାହାଲ ଡୁଙ୍ଗୁରୀ ଠାରେ ଶ୍ରୀମାନ ଦିବ୍ୟକିଶୋର ପ୍ରଧାନ ଙ୍କ ଆହ୍ୱାନ କ୍ରମେ ଏକ ଅଖଣ୍ଡ ନାମ ସଂକୀର୍ତ୍ତନ୍ୟ ଆଶ୍ରମ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି lଏହି ବୈଠକ ଶ୍ରୀମାନ ଉପେନ୍ଦ୍ର ପ୍ରଧାନ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା lଆଖପାଖ ଅଞ୍ଚଳ ତଥା ପଦ୍ମପୁର, ଝାରବନ୍ଧ, ସୋହେଲା ଏବଂ ବିଜେପୁର ଅଞ୍ଚଳ ରୁ ଶତାଧିକ ଭକ୍ତ ଙ୍କ ସମାଗମ ପରିଲକ୍ଷିତ ହୋଇଥିଲା lପ୍ରତିମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ସତସଙ୍ଗ କାର୍ଯ୍ୟକ୍ରମ ଏଠାରେ ଅନୁଷ୍ଠିତ କରିବାପାଇଁ ବୈଠକ ରେ ସ୍ଥିରୀକୃତ ହୋଇଛି l

ବରଗଡ଼ ଇପିଏ ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.