ଅଟୋ ସହ ସ୍କୁଟି ମୁହାଁ ମୁହିଁ ଧକ୍କା : ଯୁବକ ଓ ବୃଦ୍ଧ ଗୁରୁତ୍ତର
ଛତ୍ରପୁର ସହର ଠାରୁ ମାତ୍ର ଏକ କିମି ଦୂର ପୋଡାପଦର ଗ୍ରାମପଞ୍ଚାୟତ ର କୁମାରବେଗପଲ୍ଲୀ ଗ୍ରାମର ମୁଖ୍ୟ ରାସ୍ତାରେ ଅଟୋ ଧକ୍କା ରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଗଙ୍ଗାପୁର ଗ୍ରାମର ସନ୍ତୋଷ ସେଠୀ (୫୦) ଓ ଗୌରାଙ୍ଗ ମୁଦୁଲି (୨୦) ବୋଲି ଜଣାପଡିଛି l ପ୍ରକାଶ ଥାଉକି,ଗୌରାଙ୍ଗ ଆଜି ଅପରାହ୍ନରେ ଏକ ସ୍କୁଟି ଯୋଗେ ଛତ୍ରପୁର ରୁ ନିଜଗ୍ରାମ ଗଙ୍ଗାପୁର ଅଭିମୁଖେ ଯାଉଥିବା ବେଳେ କୁମାରବେଗପଲ୍ଲୀ ଗ୍ରାମ ମୁଖ୍ୟ ସଡକ ପଥରେ ଏକ ଅଟୋ ତାଙ୍କୁ ଧକ୍କା ଦେଇଥିଲେ l ଫଳରେ ସ୍କୁଟି ଚାଳକ ଓ ସ୍କୁଟି ରେ ବସିଥିବା ଦୁଇଜଣ ଗୁରୁତର ଆହତ ହୋଇଥିଲେ l ସ୍ଥାନୀୟ ବାସିନ୍ଦା ଙ୍କ ସହଯୋଗ ରେ ଏକ ଅଟୋ ଯୋଗେ ତାଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ କୁ ଅଣାଯାଇଥିଲା l ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ଅନ୍ୟପକ୍ଷେ ଛତ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତକରିଛନ୍ତି l ପୋଲିସ ଅଧିକା ଘଟଣାର ତଦନ୍ତ ଜାରି ରଖିଛି l
ଛତ୍ରପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )