ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ: କ୍ଷତିପୂରଣ ଦାବି

0 5

ସୁବର୍ଣ୍ଣପୁର : ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ଓ ସାର ଅଭାବ ଯୋଗୁଁ ଚାଷୀ ଓ ଚାଷ ବହୁ ପରିମାଣରେ ସୁବର୍ଣ୍ଣପୁର ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ପ୍ରଭାବିତ ହୋଇଥିବା ବେଳେ ଖାଲୁଆ ଜମିରେ ହୋଇଥିବା ଚାଷ ମଧ୍ୟ ଅଦିନିଆ ବର୍ଷା ଦ୍ୱାରା ନଷ୍ଟ ହୋଇଥିବାରୁ ଚାଷିକୂଳ ମୁଣ୍ଡ ଉପରେ ହାତ ରଖିବା ଛଡା ଅନ୍ୟ କିଛି ବିକଳ୍ପ ପନ୍ଥା ନାହିଁ । ବର୍ତମାନ ରାଜ୍ୟରୁ ମୌସୁମୀ ଫେରି ଯାଇଥିବାବେଳେ କିନ୍ତୁ ଲଘୁଚାପ ଜନିତ ବର୍ଷା ଗତ ଦିନେ ଦୁଇ ଦିନ ହେବଦିନ ବେଳା ସମୟରେ ବର୍ଷା ହୋଇଛି । ଏହାଦ୍ୱାରା ଜିଲ୍ଲା ର ପ୍ରତେକ ବ୍ଳକର ରେ କଟା ଯାଇଥିବା ଧାନଚାଷ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଲଘୁଚାପ ଜନିତ ଅଦିନିଆ ବର୍ଷା ହେବା ଫଳରେ ପାଚିଲା ଧାନ ଶସ୍ୟ ଜମି ଥିବା ପାଣିରେ ବୁଡିଯିବା ସହ ଏବଂ ଧାନ ପୁଡାରେ ପାଣି ବହୁ ସମୟ ଧରି ରହିବା ହେତୁ ନଷ୍ଟ ହେବା ଦେଇଛି । ଏହି ବ୍ଲକର ଅଧିକାଂଶ ଚାଷୀମାନେ ଖାଲୁଆ ଜମିରେ ପ୍ରଥମ ପର୍ଯ୍ୟାୟରେ ରୁଆ କାମ ଶେଷ କରିଥିଲେ ଏବଂ ଧାନ ସଅଳ ପାଚି ଯାଇଥିଲା । କିଛି ଜାଗାରେ ପାଗ ସଫା ଦେଖି ଧାନ କଟା ସରିଥିଲା । କଟା ପାଚିଲା ଧାନ ବିଲ ମଧ୍ୟରେ ହିଁ ପଡିରହିଛି । ଅଚାନକ ଅଦିନିଆ ବର୍ଷା ଚାଷୀକୁ ଉପାୟ ଶୂନ୍ୟ ଓ ହତାଶ କରିଦେଇଛି । ବର୍ତ୍ତମାନ ସମୟରେ ବିଲ ମଧ୍ୟରେ ପାଣି ଜମି ରହିଛି । ଚଳିତ ବର୍ଷ ମୌସୁମୀର ବିଳମ୍ବ ଏବଂ ବର୍ଷାର ଅଭାବ ସତ୍ୱେ ଚାଷୀ କୌଣସି ପ୍ରକାରେ ଧାନ ତଳିକୁ ସୁରକ୍ଷା ଦେଇ ରୁଆ କାମ ସାରିଥିଲେ । ବର୍ତମାନ ଅଦିନିଆ ବର୍ଷା ଦାଉ ସାଜିବା ସହ ଧାନ ଅମଳ କରିବେକି ନାହିଁ ଚାଷୀ ସନ୍ଦେହଘେରରେ । ସରକାରଙ୍କୁ ଜିଲ୍ଲା ରସମସ୍ତ ଚାଷୀ ନିବେଦନ କରିବା ସହ ସୁବିଚାରକୁ ଆଣି କ୍ଷୟକ୍ଷତି ଆକଳନ କରି କ୍ଷତିଜନୀତ ଭରଣାରେ ଚାଷୀଙ୍କୁ ସହାୟ ହେବେ ବୋଲି ଅନୁରୋଧ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ତରଫରୁ ଫସଲ ହାନିର କ୍ଷୟକ୍ଷତିର ଆକଳନ ହେଉଛି ଓ ଚାଷୀକୂଳ କେବେ ସରକାରୀ ସହାୟତା ପାଉଛନ୍ତି l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.