ଅଧା ଇଞ୍ଚର ଦୁର୍ଗାଙ୍କର ପ୍ରତିମା ପାଇଁ ଆଜି ବ୍ରହ୍ମପୁର ଚର୍ଚ୍ଚାରେ

0 4

ବିଶ୍ୱ କୀର୍ତ୍ତିମାନ ସ୍ଥାପନ କଲେ ଦିଲୀପ

ବ୍ରହ୍ମପୁର ସହରର ଜଣେ ଉଦିୟମାନ କଲକାର କ୍ଷୁଦ୍ର କାଷ୍ଟ ଶିଳ୍ପୀ ଦିଲୀପ ମହାରଣା ନିଜକୁ ବିଶ୍ୱ ରେକର୍ଡରେ ସ୍ଥାନିତ କରିଛନ୍ତି। ବୟସ ମାତ୍ର ୧୮ ବର୍ଷ ତେବେ ବର୍ତ୍ତମାନ ସୁଧା ଦିଲୀପଙ୍କ ନାମରେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ତିନିଗୋଟି ଏସିଆ ବୁକ ଅଫ ରେକର୍ଡ୍ସରେ ଦୁଇ ଗୋଟି ଏବଂ ବର୍ତ୍ତମାନ ନିଜକୁ ବିଶ୍ୱର ରେକର୍ଡ୍ସରେ ସ୍ଥାନିତ କରିଛନ୍ତି। ଦଶହରା ସମୟରେ ଦିଲୀପ ନିର୍ମାଣ କରିଥିଲେ ଅଧା ଇଞ୍ଚ ବିଶିଷ୍ଠ କାଠରେ ତିଆରି ମା ଦୁର୍ଗାଙ୍କ ଏକ ଅବିକଳ ମୂର୍ତ୍ତି। ଏହି ଅଧା ଇଞ୍ଚ ବିଶିଷ୍ଠ ଦୁର୍ଗା ମୂର୍ତ୍ତୀ ସମ୍ପୁର୍ଣ୍ଣ ଗମ୍ଭାରୀ କାଠରେ ତିଆରି ମା ଦୁର୍ଗାଙ୍କ ଦଶ ଭୁଜା ସହ ଅସ୍ତ୍ର ଶସ୍ତ୍ରରେ ଦେବୀଙ୍କୁ ସୁସଜିତ କରିଛନ୍ତି ସିଂହ ଉପରେ ବିରାଜମାନ କରି ଦେବି ତ୍ରିଶୂଳରେ ମହିଷାସୁରକୁ ବଦ୍ଧ କରିଥିବା ଏହି ପ୍ରତିମାକୁ ଦେଖିଲେ ଏକ ବିସ୍ମୟ ଭଳି ଅନୁଭବ ହୁଏ। ବ୍ରହ୍ମପୁର ଭଳି ଏକ ଛୋଟିଆ ସହରରୁ ଏତେ ଛୋଟ ବୟଷରେ ବିଶ୍ଵ ରେକର୍ଡ ଭଳି ଏତେ ବଡ ଉପଲବ୍ଧି ନିହାତି ଭାବରେ ଏକ ଗର୍ବର ବିଷୟ। ବିଶ୍ୱର ସବୁ ଠାରୁ କ୍ଷୁଦ୍ରତମ ମା ଦୁର୍ଗାଙ୍କ ପ୍ରତି ମୂର୍ତ୍ତି ଭାବରେ ଏକ୍ସକ୍ଲୁସିଭ ୱରାଲଡ଼ ରେକର୍ଡ୍ସରେ ସ୍ଥାନିତ ହୋଇଛି ଦିଲୀପଙ୍କ କୀର୍ତ୍ତିମାନ। ଦିଲୀପଙ୍କୁ ଏହି ବିଶ୍ଵ ରେକର୍ଡର ମାନପତ୍ର ପଠାଇଛନ୍ତି ଉକ୍ତ ଅନୁଷ୍ଠାନ। ଦିଲୀପଙ୍କ କଳାକୃତି ଆଜି କେଉଁଠି ନା କେଉଁଠି ବ୍ରହ୍ମପୁର ନାମକୁ ବିଶ୍ଵ ଦରବାର ସ୍ଥାନିତ କରିବା ସହ ଏତେ ଛୋଟ ବୟସରେ ଏତେ ବଡ ଉପଲବ୍ଧି ପାଇଁ ତାଙ୍କର ଅଞ୍ଚଳ ବାସୀ ଖୁସି ପ୍ରକଟ କରିଛନ୍ତି। ଦିଲୀପଙ୍କ ଏଭଳି ଏକ ସଫଳତା ପାଇଁ ବାପା ଭଗବାନ ମହାରଣା ଏବଂ ମା ଝୁନୁ ମହାରଣାଙ୍କ ସମେତ ତାଙ୍କ ଭାଇ ମନୋଜ ଖୁସି ବ୍ୟକ୍ତ କରିଛନ୍ତି। ତାଙ୍କ ମାଁମୁ ବିଶିଷ୍ଟ ବାସ୍ତୁବିତ ସନ୍ୟାସୀ ମହାରଣାଙ୍କ ପ୍ରେରଣା ଯୋଗୁଁ ସେ ଏଭଳି ଉପଲବ୍ଧି ହାସଲ କରିଛନ୍ତି ବୋଲି ଦିଲୀପ କହିଛନ୍ତି। ଆଗକୁ ନିଜର ପାଠ ପଢା ସହ ଏଭଳି ଛୋଟ ଛୋଟ କାରୁକାର୍ଯ୍ୟ ମାଧ୍ୟମରେ ବ୍ରହ୍ମପୁରକୁ ଗର୍ବିତ କଲାଭଳି କାମ ଜାରି ରଖିବି ବୋଲି କହିଛନ୍ତି ଦିଲୀପ।

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.