ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ୍ ଅନ୍ତର୍ଗତ ଝାଡ଼ପୋଖରିଆ ଠାରେ , ରବିବାର ଦିନ ଭାରତୀୟ ଜନତା ପାର୍ଟୀ ର ଅନୁସୂଚିତ ଜନଜାତି ମୋର୍ଚ୍ଚା ର ଜିଲ୍ଲା ସ୍ତରୀୟ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ହୋଇଯାଇଛି |ଉକ୍ତ ବୈଠକ ରେ ଜିଲ୍ଲା ସଭାପତି,ଉପ ସଭାପତି, ଅନୁସୂଚିତ ଜନଜାତି ମୋର୍ଚ୍ଚା ର ସଭାପତି,ଉଦଳା ବିଧାୟକ,ସାରସକଣା ବିଧାୟକ ଓ ଜିଲ୍ଲା ର ସମସ୍ତ ମଣ୍ଡଳ ସଭାପତି ମାନଙ୍କ ସହିତ ବହୁ ଭାରତୀୟ ଜନତା ପାର୍ଟୀ ର କର୍ମୀ ମାନେ ଉପସ୍ଥିତ ହୋଇ ଥିଲେ ଏବଂ ଭାରତୀୟ ଜନତା ପାର୍ଟୀ ରେ କିପରି ଭାବରେ ଅଧିକରୁ ଅଧିକତର ଅନୁସୂଚିତ ଜନଜାତି କର୍ମୀ ଏଥିରେ ସାମିଲ ହେବେ ସେ ବିଷୟରେ ଅଲୋଚନା କରିବା ସହିତ ରାଜ୍ୟ ସରକାର ଙ୍କର ଆଦିବାସୀ ଶୋଷଣ ନୀତି ବିରୁଦ୍ଧ ରେ ଅଲୋଚନା ଓ ସମାଲୋଚନା କରି ଦୃଢ ପଦକ୍ଷେପ ନେବା ଏବଂ ବିଭିନ୍ନ ପ୍ରକାରର ସମସ୍ୟା ବିଷୟରେ ଆଲୋଚନା କରିବା ସହିତ ଆଗାମୀ ଦିନର ନିର୍ବାଚନ କୁ ଆଖି ଆଗରେ ରଖି ରଣ ନୀତି ପ୍ରସ୍ତୁତ କରିଥିଲେ, ପରିଶେଷ ରେ,ସଭାପତି ଙ୍କୁ ଧନ୍ୟବାଦ ଦେଇ ସଭା କାର୍ଯ୍ୟ ବନ୍ଦ କରିଥିଲେ |
ମୟୁରଭଂଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )