ଅନ୍ବେଷଣ ଥିଏଟର ଗ୍ରୁପର ତୃତୀୟ ବାର୍ଷିକ ଉସ୍ତବ ପାଳନ

0 7

ଯାଜପୁର : ଜିଲ୍ଲାର ଅଗ୍ରଣୀ ଥିଏଟର ଅନୁଷ୍ଠାନ ଅନ୍ବେଷଣ ଆଜି ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ରେ ତାର ତୃତୀୟ ବାର୍ଷିକ ଉସ୍ତବ ପାଳନ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିତ୍ବ ଓ ସାମାଜିକ ଅନୁଷ୍ଠାନ କୁ ସମାନିତ କରାଯିବା ସହ ସନ୍ଧ୍ୟାରେ କଲାକର ମାନଙ୍କ ଦ୍ୱାରା ଗାନ୍ଧି ଛକ ନାଟକ ପରିବେଶିତ ହେବା ନେଇ ଅନୁଷ୍ଠାନ ର ସଭାପତି ବୃନ୍ଦାବନ ମିଶ୍ର ଜଣାଇଛନ୍ତି ।
ସକାଳ ସମୟରେ ମା ବିରାଜ ଙ୍କ ମନ୍ଦିରରୁ ବିରଜା ଜ୍ୟୋତି ଆସି ସହର ପରିକ୍ରମା କରିବା ସହ ଗାନ୍ଧୀ ଛକରେ ବିଦ୍ୟମାନ ମହାତ୍ମା ଗାନ୍ଧି ଙ୍କ ଷ୍ଟାଚ୍ୟୁ ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ ଓ ସହର ପରିସରରେ ରାମଧୁନ ଗାଡି ପ୍ରଚାର କରିବା ନେଇ ଅନୁଷ୍ଠାନର ମିଡିଆ ସେଲ ଅଧ୍ୟକ୍ଷ ସାମ୍ବାଦିକ ସୁରେଶ କର ସୂଚନା ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମକୁ ନିଜର ଭାବି ସମସ୍ତ ଜନସାଧାରଣ ସହଯୋଗ କରିବା ପାଇଁ ଅନୁଷ୍ଠାନର ସମ୍ପାଦକ ଅଭିମନ୍ୟୁ ମିଶ୍ର ନିବେଦନ କରିଛନ୍ତି।

ଯାଜପୁର ଇପିଏ ରୁ ସୁରେଶ କର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.