ଅଭିନବ ଉପାୟରେ ଛେଳି ଚୋରି।
ଛେଳି ଚୋରି ସମୟ ରେ ଛେଳି ନ ବୋବାଇବା ପାଇଁ ଚୋର ମାନେ ଛେଳି ମୁହଁରେ ଲଗାଇଲେ ସେଲୋ ଟେପ। ଶୁଣିବା କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି ପ୍ରକାର ର ଚୋରି ଘଟଣା ଏଣେ ପୁରୀ ଜିଲ୍ଲା କାକଟପୁର ଅଂଚଳ ରେ ଚର୍ଚ୍ଚା ର ବିଷୟ ହୋଇଛି। ତେବେ ଅଭିନବ ଢଙ୍ଗ ରେ ଚୋରି ଉଦ୍ୟମ ବେଳେ ଚତୁର ଚୋର କୁ ଧରିବାରେ ସକ୍ଷମ ହୋଇଛି ପୁରୀ କାକଟପୁର ପୋଲିସ। ଦୁଇ ଗିରଫ ହୋଇ ଥିବା ଚୋର ହେଲେ କାକଟପୁର ଥାନା ସୁହାନପୁର ର ଲୋକ ମାନ ଖାଁ ଓ ତାଙ୍କର ପୁତ୍ର ରେହେ ମତ ଖାଁ। ଗତକାଲି ସ୍ଥାନୀୟ ଅଞ୍ଚଳରୁ ଚୋରି କରୁଥିବା ବେଳେ ଲୋକ ମାନେ ଦେଖି ଥିଲେ। ସଂଗେ ସଂଗେ କାକଟପୁର ପୋଲିସ ପହଂଚି ଉଭୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପୁରୀ ଇପିଏରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )