ଅଲୋଡ଼ା ଶିଶୁକନ୍ୟାର ମୃତ ଦେହ ଉଦ୍ଧାର

0 11

ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାରୁଆଳୀ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗାଁର ପାଣିଚପଲ ସାହିରେ ଥିବା ମାଧବ ଚନ୍ଦ୍ର ବିଶ୍ୱାଳଙ୍କ ବାଡ଼ିରେ କେହି ନିଜର ପାପ ଜନିତ ନବଜାତ ଶିଶୁକନ୍ୟାକୁ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁଯାୟୀ ,ସକାଳୁ ମାଧବଙ୍କ ପରିବାର ଲୋକେ ବାଡ଼ି ସଫା କରୁଥିବା ବେଳେ ନବଜାତ ଶିଶୁକନ୍ୟାଟିର ମୃତଦେହ ପଡିଥିବା ଦେଖି ଗ୍ରାମବାସୀକୁ ଖବର ଦେଇଥିଲେ । ପରେ ସେମାନେ ଏ ନେଇ କାମାକ୍ଷାନଗର ଥାନାରେ ଖବର ଦେଇଥିଲେ । ତେବେ ଅଞ୍ଚଳରେ ଦିନକୁ ଦିନ ଏପରି ଅବୈଧ ସମ୍ପର୍କ ଜନିତ ଶିଶୁଙ୍କ ମୃତ ଦେହ ମିଳିବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

କାମାକ୍ଷାନଗର ଇପିଏ ରୁ ରାଜକିଶୋର ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.