ଅସାନ୍ତ ଫୁଣି ବ୍ରହ୍ମଗିରି ଅଞ୍ଚଳ
ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଅସାନ୍ତ ହୋଇଛି ବ୍ରହ୍ମଗିରି ଅଞ୍ଚଳ । ଗୋଟିଏ କି ଦୁଇଟି ନୁହେଁ ଫୁଟିଲା ୨୦ରୁ ଅଧିକ ବୋମା । ପ୍ରଚଣ୍ଡ ଶବ୍ଦରେ କମ୍ପିଲା ପୁରା ବ୍ରହ୍ମଗିରି ଅଞ୍ଚଳ । ସୂଚନା ଅନୁଯାୟୀ, ବ୍ରହ୍ମଗିରିର ସାତପଡ଼ା ଅଞ୍ଚଳରେ ଥିବା ନାଥପୁର ନିକଟରେ ଏଭଳି ବୋମାମାଡ଼ ହୋଇଛି । ଗୋଷ୍ଠି କନ୍ଦଳ ଯୋଗୁଁ ଏଭଳି ଘଟଣା ଘଟିଛି । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ୱାରା ୨୦ରୁ ଉର୍ଦ୍ଧ୍ୱ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଜମି ଜବରଜଖଲକୁ ନେଇ ପ୍ରଥମେ ଦୁଇ ଗୋଷ୍ଠି ମଧ୍ୟରେ ବଚସା ହୋଇଥିଲା ଓ ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏହାପରେ ବୋମାମାଡ଼ ହୋଇଥିବା ଜଣାପଡିଛି । ମୌଜାର କିଛି ଜମିକୁ ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀ ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା । ସେନେଇ ୩୫ ମୌଜାର ଲୋକେ ଏକ ବୈଠକ ଡାକିଥିଲେ । କିନ୍ତୁ ଗୋଟିଏ ଗୋଷ୍ଠୀର ଲୋକେ ଏହି ବୈଠକକୁ ଆସିନଥିଲେ । ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ପରେ ସେଠାରେ ଘନ ଘନ ବୋମାମାଡ଼ ହୋଇଥିଲା । ଖବର ପାଇ ପୁରୀ ଅତିରିକ୍ତ ଏସ୍ପି, ଏସ୍ଡିପିଓ, ବ୍ରହ୍ମଗିରି IIC ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ କରିଚନ୍ତି । ବୋମାମାଡ଼ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )