ଆଉ ନାହାନ୍ତି କମଳପୁର ଗୌନ୍ତିଆ

0 10

ସୁବର୍ଣ୍ଣପୁର : ଆରପାରିରେ କମଳପୁର ଗୌନ୍ତିଆ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ପଣ୍ଡା । ୯୪ ବର୍ଷ ବୟସ ରେ ତାଂକର ପୈତୃକ ଗ୍ରାମ କମଳପୁରରେ ଶନିବାର ରାତି ୯.୩୦ ତାଂକର ପରଲୋକ ହୋଇଯାଇଛି । ୧୯୨୭ ମସିହାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପଣ୍ଡା ସେହି ସମୟରେ ବଲାଂଗୀର ରାଜେନ୍ଦ୍ର ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ ପରେ ପ୍ରଥମେ ଗ୍ରାମ ସେବକ ଭାବରେ ଚାକିରୀ ଜୀବନ ଆରମ୍ଭ କରିଥିଲେ । କିନ୍ତୁ ଶିକ୍ଷାର ବିକାଶ ଦିଗରେ ରୁଚି ରଖୁଥିବା ଶ୍ରୀ ପଣ୍ଡା ପରେ କମଳପୁର ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଟା କରିବା ସହ ଶିକ୍ଷକତା ବୃତ୍ତିକୁ ଆପଣେଇ ନେଇଥିଲେ । ଗାଁ ବିଦ୍ୟାଳୟରେ ଦିର୍ଘବର୍ଷ ଚାକିରୀ ପରେ ୧୯୯୧ ମସିହାରେ ସେ ଗାଁ ସ୍କୁଲରୁ ହିଁ ଶିକ୍ଷକତା ଜୀବନରୁ ଅବସର ନେଇଥିଲେ । ଜୀବନକାଳ ଭିତରେ ଉନ୍ନତମାନର ଶିକ୍ଷାଦେଇ ଅନେକଂକ ଭବିଷ୍ୟତ ଗଢିଥିଲେ । କେବଳ ସେତିକି ନୁହେଁ ସମାଜ ସେବା କ୍ଷେତ୍ରରେ ସମଗ୍ର ଅଂଚଳରେ ତାଂକର ବେଶ ଖ୍ୟାତି ରହିଥିଲା । ସେହିଭଳି କମଳପୁର ରାମଲୀଳା ନାଟ୍ୟ ସଂସଦର ପୁରୋଧା ମଧ୍ୟ ସେ ସାଜିଥିଲେ । ଏହାସହ ଆଧ୍ୟାତ୍ମିକ ଚେତନା ରଖୁଥିବା ଏହି ମହାନ ବ୍ୟକ୍ତିତ୍ବ ବୀରମହାରାଜପୁର ଅଂଚଳର ପ୍ରମୁଖ ଜଗନ୍ନାଥ ପୀଠ ପ୍ରତିଷ୍ଟାରେ ମଧ୍ୟ ବେଶ ଗୁରୁତ୍ବପୁର୍ଣ ଭୁମିକା ରହିଥିଲା । ଏହି ମହାନ ବ୍ୟକ୍ତିତ୍ବଂକ ଦେହାନ୍ତରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଆଜି ତାଂକର ମୃତ୍ୟ ଶଯ୍ୟା ନିକଟରେ ତାଂକର ବଡପୁଅ ବରିଷ୍ଟ ଆଇନଜିବୀ ବିଷ୍ନୁଚରଣ ପଣ୍ଡା,ମଝିଆପୁଅ ମହେଶ, ସାନପୁଅ ରମେଶ, ସମସ୍ତ ଝିଅ,ଜ୍ବାଇଁ, ନାତି,ନାତୁଣୀ ଓ ଆତ୍ମୀୟ ସ୍ବଜନଂକ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ । ସ୍ଥାନୀୟ ମହାନଦୀ ଘାଟରେ ତଂକର ଶେଷକୃତ୍ୟ ସଂପନ୍ନ ହୋଇଥିବାବେଳେ ବଡପୁଅ ବିଷ୍ଣୁଚରଣ ମୁଖାଗ୍ନୀ ଦେଇଥିଲେ ।

ସୁବର୍ଣ୍ଣପୁର ଈପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.