ଆଖୁ ବାଡ଼ି ରୁ ଧରା ହେଲେ ଗୋବିନ୍ଦ ସାହୁ …!!
କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମୀତା ମେହେର ନିଖୋଜ ମାମଲାର ଏକ ଗୁରୁତ୍ବପୂର୍ଣ୍ଣ ଦିଗ ସାମ୍ନାକୁ ଆସିଛି। ନିର୍ମାଣଧୀନ ଷ୍ଟାଡିୟମ ପରସରରୁ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ମୃତ ଦେହଟି ମମୀତାଙ୍କର କି ନୁହେଁ ଜଣା ପଡି ନାହିଁ। ମିଳିଥିବା ମୃତଦେହର ପୋଡା ଅଂଶ ସ୍କୁଲ ଅଧ୍ୟକ୍ଷାଙ୍କର ହୋଇଥିବା ସନ୍ଦେହ କରାଯାଉଛି।
ଘଟଣା ସ୍ଥଳରୁ ଏକ ସୁନା ଚେନ, ବ୍ରେସଲେଟ ଉଦ୍ଧାର ହୋଇଛି। ମୃତ ଦେହର ଡିଏନ୍ଏ ଟେଷ୍ଟ କରାଯିବ ବୋଲି ବଲାଙ୍ଗିର ପୋଲିସ ପକ୍ଷରୁ କୁହାଯାଇଛି।
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାରେ ପୋଲିସ ମହାଲିଙ୍ଗ ହାଇସ୍କୁଲ ସ୍ଥିତ ନିର୍ମାଣଧିନ ଷ୍ଟାଡିୟମକୁ ସିଲ୍ କରିଥିଲା। ଏଥିରେ ଏକ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ଷ୍ଟାଡିୟମ ପରିସରରେ ଜେସିବି ଲାଗଯାଇ ପୋଲିସ ଦ୍ୱାରା ମାଟିଖୋଳା ଆରମ୍ଭ ହୋଇଥିଲା। ତେବେ ନିଖୋଜ ଅଧ୍ୟକ୍ଷାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି। ଆଜି ସକାଳୁ ପୋଲିସର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ଉପସ୍ଥିତ ରହିଥିବାବେଳେ ସାଇଣ୍ଟିଫିକ୍ ଟିମ୍ ପହଁଞ୍ଚି ଘଟଣା ସ୍ଥଳ ଅନୁଧ୍ୟାନ କରିଥିଲେ।
ଅକ୍ଟୋବର ଆଠ ତାରିଖରୁ ମମୀତା ମେହେର ନିଖୋଜ ହୋଇଥିବା ବେଳେ ପୋଲିସ ହାତ ଖାଲି ଅଛିି। ସେପଟେ ସନ୍ଦେହ ଘେରରେ ଥିବା ସନସାଇନ ପବ୍ଲିକ ସ୍କୁଲ ମାଳିକ ତଥା ସମ୍ପାଦକ ଗୋବିନ୍ଦ ସାହୁ ଟିଟିଲାଗଡ଼ ପୋଲିସ କବଜାରୁ ଖସି ପଳାଇବା ପରେ ତା’ର ମଧ୍ୟ ପତ୍ତା ପାଉନି ପୋଲିସ।ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ୱାଣ୍ଟେଡ଼ ଅପରାଧୀ ଘୋଷଣା କରି ତା ସମ୍ପର୍କରେ ସୂଚନା ଦେଲେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ବଲାଙ୍ଗୀର ପୋଲିସ।ଏପଟେ ପୋଲିସ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଘର ଜଗିଛି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ବିକ୍ଷୋଭ ଜୋର ଧରିଛି। ଆଇନ ତା ବାଟରେ ଯିବ ଓ ଯିଏ ଦୋଷୀ ସିଏ ଦଣ୍ଡ ପାଇବ ବୋଲି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।
ଏବେ ଏବେ ଗୋବିନ୍ଦ ସାହୁ ଏକ ଆଖୁ କିଆରୀ ମଧ୍ୟରୁ ପୋଲିସ ହାତରେ ଧରା ପଡ଼ିଛନ୍ତି ଓ ପୋଲିସ ଗିରଫ କରିଛି
କଳାହାଣ୍ଡି ଜିଲ୍ଲା ଇପିଏରୁ ଵିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )