ଆଜି ପବିତ୍ର ଦୀପାବଳି ଅମାବାସ୍ୟା । ଶ୍ରୀମନ୍ଦିର ସମୁଖ ରେ 144 ଧାରା ଜାରି
ଆଜି ଶ୍ରୀମନ୍ଦିର ସମୁଖ ରେ ଶ୍ରଦ୍ଧାଲୁ ମାନେ ପିତୃପୁରୁଷଙ୍କୁ ଉଦେଶ୍ୟ କାଉଁ ରିଆ କାଠି ଜାଳି ବଡ଼ ବଡୁଆ ଡାକିଥାନ୍ତି । ଏଥିପାଇଁ ହଜାର ହଜାର ଲୋକ ଙ୍କ ଶ୍ରଦ୍ଧାଳୁ ଙ୍କ ଭିଡ଼ ହୋଇ ଥାଏ ଶ୍ରୀମନ୍ଦିର ସିଂହ ଦ୍ୱାର ସମୁଖ ରେ । ତେବେ ଅତ୍ୟଧିକ ଭିଡ଼ କୁ ଦୃଷ୍ଟି ରେ ରଖାଯାଇ ଆଜି ଶ୍ରୀମନ୍ଦିର ସମୁଖ କାଉଁରିଆ କାଠି ଜଳା ଉପରେ କଟକଣା ଜାରି କରାଯାଇଛି। ଲୋକ ଙ୍କ ଭିଡ଼ କୁ ଦ୍ରୁଷ୍ଟି ରଖାଯାଇ ଶ୍ରୀମନ୍ଦିର ସମୁଖ ରେ 144 ଧାରା ଜାରି କରାଯାଇଛି। ଲୋକ ମାନେ ନ ଆସିବା କୁ ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି।।ସେପଟେ ଶ୍ରୀମନ୍ଦିର ରେ ମଧ୍ୟ ଆଜି ଦର୍ଶନ ବନ୍ଦ କରାଯାଇଛି। ସେପଟେ ଅମାବାସ୍ୟା ଅବସର ରେ ଆଜି ମହାପ୍ରଭୁଙ୍କ ସାଗର ବିଜେ ନୀତି ଅନୁଷ୍ଠିତ ହେବ। ତେବେ ପିତୃପକ୍ଷ , ମହାଲୟା ରେ ଯେଉଁ ମାନେ ନିଜ ପିତୃପୁରୁଷଙ୍କୁ ପିଣ୍ଡ ଦାନ କୌଣସି ସମସ୍ୟା କାରଣ ରୁ ଦେଇ ପାରି ନ ଥାନ୍ତି ଆଜି ପିଣ୍ଡ ଦାନ କରିବାର ପରମ୍ପରା ରହିଛି। ଆଜି ଦିନକୁ ମଧ୍ୟ ପୟା ଶ୍ରାଦ୍ଧ କୁହାଯାଏ।ତେବେ ଶ୍ରୀମନ୍ଦିର ସମୁଖ ରେ 144 ଧାରା ଜାରି ଯୋଗୁ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଖାଁ ଖାଁ ରହିଛି
ପୁରୀ ଇପିଏରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ