ଆଧ୍ୟାତ୍ମିକ ନଗରୀ ରେ ମଦ ବିକ୍ରି ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ଦାବି
ଦେଶ ସ୍ଵାଧୀନ ହେଲେ ପ୍ରଥମେ ନିଶା ନିବାରଣ ଆଇନ ଲାଗୁ ନେଇ ମହାତ୍ମା ଗାନ୍ଧୀଙ୍କ ନିଷ୍ପତ୍ତି ଥିଲା। ହେଲେ ଦୁର୍ଭାଗ୍ୟ ର ବିଷୟ ଏହା ଲାଗୁ ହୋଇ ପାରିଲା ନାହିଁ। ସେହିପରି ପୁରୀ ଭଳି ଏକ ଆଧ୍ୟାତ୍ମିକ ନଗରୀ ରେ ମଦ ବିକ୍ରି ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ଦାବି କରିଛି ଓଡିଶା ପୂଜ୍ୟ ପୂଜା ସାଂସଦ । ଏହି ଦାବି ନେଇ ଆଜି ପୁରୀ ଡେଲାଙ୍ଗ ର ଗାନ୍ଧି ସ୍ମୃତି ପୀଠ ବେର ବୋଇ ରୁ ପୁରୀ ଗାନ୍ଧୀ ସ୍ମୃତି ପୀଠ ଯାଏ ଏକ ଜନ ସତ୍ୟଗ୍ରହ ଅନୁଷ୍ଠିତ ହୋଇଛି। ପୂଜ୍ୟ ପୂଜା ସାଂସଦ ପକ୍ଷରୁ କୁହାଯାଇଛି ମହାପ୍ରଭୁଙ୍କ ସ୍ଥାନରେ ପୁରୀ ଜିଲ୍ଲା ପ୍ରଶାସନ ମଦ ବିକ୍ରୀ କୁ ସହଯୋଗ କରୁଛି। ସମୁଦ୍ର କୁଳ ଓ ସ୍ୱର୍ଗ ଦ୍ୱାର ଭଳି ପବିତ୍ର ଅଞ୍ଚଳରେ ମଦ ଦୋକାନ ଖୋଲିବା ନେଇ ପ୍ରଶାସନ ଟେଣ୍ଡର କରିଥିଲା। ହେଲେ ଏହାକୁ ବିରୋଧ ପରେ ସାମୟିକ ପାଇଁ ମଦ ଦୋକାନ ବନ୍ଦ କରିଚି ଜିଲ୍ଲା ପ୍ରଶାସନ । ତେବେ ପୁରୀ ରେ ସମ୍ପୂର୍ଣ୍ଣ ମଦ ବିକ୍ରୀ ବନ୍ଦ କରିବା ଦାବି କରିଚି ଓଡ଼ିଆ ପୂଜ୍ୟ ପୂଜା ସାଂସଦ । ଆଗାମୀ ଦିନରେ ଏହି ଦାବି ନେଇ ସଂଗଠନ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରଯିବ ବୋଲି କୁହାଯାଇଛି।
ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )