ଆମ ଆଦମୀ ପାର୍ଟି ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ

0 9

ସମଗ୍ର ରାଜ୍ୟ ତଥା ଦେଶରେ ପେଟ୍ରୋଲ,ଡିଜେଲ,ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଆମ ଆଦମୀ ପାର୍ଟି ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ କରାଯାଇଛି। ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ କଚେରୀ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସାଙ୍ଗଙ୍କୁ ଟାଟା କମ୍ପାନୀ ଦ୍ୱାରା ବିଦ୍ୟୁତ ବିଲ ଲୋକଙ୍କ ପାଇଁ ଅସହ୍ୟ ହୋଇପଡିଛି। ତୁରନ୍ତ ଦର ହ୍ରାସ ସହ ଟାଟା କମ୍ପାନୀକୁ ହଟାଇବା ପାଇଁ ଦାବୀ କରିଛି ଦଳ। ୨୦୧୪ ରେ ମୋଦି ସରକାର ଯେତେବେଳେ ସରକାର କୁ ଆସିଲେ କହିଥିଲେ ପେଟ୍ରୋଲ ଡିଜେଲ ଦର ଉପରୁ ନିୟନ୍ତ୍ରଣ ହଟାଯାଇ ଅନ୍ତର୍ଜାତୀୟ ବଜାର ରେ ଥିବା ମୂଲ୍ୟ ଅନୁଯାୟୀ ଦର ରଖାଯିବ। ତେବେ କୋଭିଡ ସମୟରେ ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ତେଲ ଦର କମ ରହିଲା ସେତେବେଳେ ସରକାର ତେଲ ଦର କମାଇବା ପରିବର୍ତେ ଲୋକ ଙ୍କ ଠାରୁ ଅଧିକ ଦାମ ରେ ତେଲ ବିକ୍ରି କଲେ ।

ଫଳରେ ଦରଦାମ ଆହେତୁକ ବୃଧି ପାଇବାରେ ଲାଗିଥିବା ବେଳେ ମଧ୍ୟବିତ୍ତ , ଗରିବ ଶ୍ରମିକ ଲୋକ ଙ୍କ ଦୈନନ୍ଦିନ ଚାଲିବା ମୁସ୍କିଲ ହୋଇ ପଡ଼ିଛି। ଏଣୁ ମୋଦି ସରକାର କେତେ ଲୋକ ଙ୍କ ପାଇଁ ଭଲ ତାହା ମୁଖା ଖୋଲିଯାଇଛି। ସେହିପରି ଓଡିଶା ରେ ବିଜେଡି ସରକାର ଲୋକ ଙ୍କ ଠାରୁ ଅଧିକ ଦର ରେ ବିଦ୍ୟୁତ ବିଲ ଆଦାୟ କରୁଛନ୍ତି। ବିଦ୍ୟୁତ ବଳକା ରାଜ୍ୟ ହୋଇ ମଧ୍ୟ ରିହାତି ବଦଳରେ ଅଧିକ ଟଙ୍କା ଆଦାୟ କରୁଛନ୍ତି। ଏଣୁ ବିଜେପି ଓ ବିଜେଡି ସରକାର ଯେଭଳି ଲୋକ ଙ୍କୁ ଶୋଷଣ କରୁଛନ୍ତି ଆଗାମୀ ଦିନରେ ଜନସାଧାରଣ ନିର୍ବାଚନ ରେ ଉପଯୁକ୍ତ ଜବାବ ଦେବାକୁ ଆପ ଆହ୍ୱାନ ଦେଇଚି ଓଡିଶା ବାସୀ ଙ୍କୁ। ପୁରୀ ଆପ ର ଜିଲ୍ଲା ଆବାହକ ସଂଜୀବ କୁମାର ମହାନ୍ତି ଙ୍କ ନେତୃତ୍ୱରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.