ପହିଲି କାର୍ତିକ ରୁ କାର୍ତିକ ବ୍ରତ ଆରମ୍ଭ ହୋଇଛି l ଏହି ମାସରେ ପିତୃ ପୁରୁଷଙ୍କୁ ଠାରୁ ନେଇ ଯେଉଁ ମାନଙ୍କ ବଂଶ ରେ ପାଣି ଦେବାକୁ ନ ଥାନ୍ତି l ସେମାଙ୍କ ଉଦେଶ୍ୟରେ ଆକାଶ ଦୀପ ପହିଲି କାର୍ତିକ ରୁ ଆରମ୍ଭ ହୋଇଥାଏ l ଏହି ବ୍ରତ ରଖୁଥିବା ମହିଳା ମାନେ ମାସ ସାରା ଏକ ବକ୍ତ ଖାଇ ଏହି ବ୍ରତ ପାଳନ କରିଥାନ୍ତି l
କାର୍ତିକ ମାସ ଧର୍ମ ମାସ ହୋଇଥିବାରୁ ଭୋରୁ ହବିଷ୍ୟାଳି ଓ ଶ୍ରଦ୍ଧାଳୁ ବିଭିନ ମନ୍ଦିର ଓ ବୁରୁନ୍ଦାବତୀ ନିକଟରେ ପୂଜାର୍ଚନା କରିବା ସହିତ ରାଧା ଦାମୋଦର ପୂଜା କରିଥାନ୍ତି l ସାରା ରାଜ୍ୟ ରେ ସମସ୍ତ ଦେବାଳୟ ରେ ପ୍ରଥମେ ମଙ୍ଗଳା ଆଳତି ପରେ ପରେ ଅନ୍ୟ ନୀତି କାନ୍ତି ଅନୁଷ୍ଠିତ ହୋଇଥାଏ l କୋଭିଡ ଯୋଗୁ ଶ୍ରୀ ମନ୍ଦିର , ଲିଂଗରାଜ , ଅଖଣ୍ଡମଣି ଭଳି ମନ୍ଦିର ଭିଡ କୁ ଆଖି ଆଗରେ ରଖି ପୂଜା ଅର୍ଚନା ରେ କଟକଣା କରା ଯାଇଛି l
ଭୁବନେଶ୍ୱର ଇପିଏ ରୁ ବିରୁ ସାହୁଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )