ଉଚ୍ଚ ଶିକ୍ଷା ସହ ସଦଗୁଣ ଯୁକ୍ତ ଦେଶ ଭକ୍ତ ନାଗରିକ ଭାବେ ଛାତ୍ର ଛାତ୍ରୀ ମାନଙ୍କୁ ଗଢି ତୋଳିବା ଆମର ପ୍ରଧାନ କର୍ତ୍ତବ୍ୟ
ବ୍ରହମପୁର : ଦେଶରେ ଲକ୍ଷ ଲକ୍ଷ ଶିକ୍ଷା ଅନୁଷ୍ଠାନ ସରକାରୀ ବେସରକାରୀ ଭାବେ ଗଢି ଉଠୁଛି, ଅନେକ କ୍ଷେତ୍ରରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ନିଜ ଆଦର୍ଶ ଭୁଲି ବ୍ୟବସାୟିକ ମୋନଭାବ ପୋଷୋଣ କରୁଥିବା ବେଳେ, ଆଉକିଛି ଅନୁଷ୍ଠାନ ଗୁରୁକୁଳ ପରମ୍ପରା ରେ ଶିକ୍ଷା ପ୍ରଦାନ କରି ଆସୁଥିବା ଅତି ପ୍ରସଂଶନୀୟ। ଏଣୁ ଶିକ୍ଷାନୁଷ୍ଠାନ ଓ ଅଭିଭାବକ ମାନେ ନିଜ ଛାତ୍ର ଛାତ୍ରୀ ତଥା ସନ୍ତାନ ମାନଙ୍କୁ ଉଚ୍ଚ ଶିକ୍ଷା ସହ ସଦଗୁଣ ଯୁକ୍ତ ଦେଶ ଭକ୍ତ ନାଗରିକ ଭାବେ ଗଢି ତୋଳିବା ଆମର ପ୍ରଧାନ କର୍ତ୍ତବ୍ୟ ବୋଲି ମହାନ୍ ସଂଘ ତଥା ରୋଟାରୀ କ୍ଲବ ମିଡ ଟାଉନ ସଭାପତି ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ମାଣ୍ଡିଆପଲି ସ୍ଥିତ ଜ୍ଞାନ ଦିପ କଲେଜ ନୂତନ ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ ସମ୍ୱର୍ଦ୍ଧନା ଉସ୍ତବ୍ ରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଆହ୍ଵାନ ଦେବା ସହ ଜ୍ଞାନ ଦିପ କଲେଜ ର ଶିକ୍ଷା ପ୍ରଣାଳୀ କୁ ଉଚ୍ଚ ପ୍ରଶଂସା କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସଚିବ ବିଶିଷ୍ଟ ସାହିତ୍ୟିକ ଡ କୁଳମଣି ଓଝା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ମଣିଷ ତିଆରି କାରଖାନା, ଉପଯୁକ୍ତ ନାଗରିକ କରି ଗଢିତୋଳିବା ଗୁରୁ ଦାୟିତ୍ଵ କୁ ସୁଚାରୁ ରୂପେ ତୁଲାଇବା ନିମନ୍ତେ ଅନୁରୋଧ କରିଥିବା ସହ ଓଡ଼ିଆ ଓ ଜଗନ୍ନାଥ ସଂସ୍କୃତିର ମହିମା ଉପରେ ଆଲୋକପାତ କରିଥିଲେ। କଲେଜ ଅଧକ୍ଷ ଡ ଅଭିମନ୍ୟୁ ଜେନା ଅଧ୍ୟକ୍ଷତା କରି କଲେଜ ର ଛାତ୍ର ଛାତ୍ରୀ ମାନଙ୍କୁ ଉପକୁକ୍ତ ମଣିଷ କରି ଗଢିତୋଳିବା ନିମନ୍ତେ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଉଥିବା ସହ ସମସ୍ତ ଙ୍କ ସହୋଜୋଗ କାମନା କରିଥିଲେ। ଶିକ୍ଷାବିତ ଡ ବାନାମ୍ବର ବାରିକ ଓ ଶ୍ରେୟଂ।ଶ କଲେଜ ର ସଭାପତି ଦିଲ୍ଲୀପ ସାହୁ ସମ୍ମାନନିତ ଅତିଥି ଭାବେ ଯୋଗ ଦେଇଥିବା ବେଲେ ଶିକ୍ଷାବିତ କାଶୀନାଥ ଯେନା, ଅଶୋକ ଜେନା, ବିଭୁପ୍ରସାଦ ଜେନା ପ୍ରମୁଖ ଉଦବୋଧନ ଦେଇଥିଲେ।ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଉଚ୍ଚ କୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ଅଭିଭାବକ ମହଲରେ ଆଦୃତ ହୋଇଥିଲା। କଲେଜ ର କର୍ମଚାରି ଓ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟ କ୍ରମ ପରିଚାଲନା କରିବା ସହ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ପୁଷ୍ପ ଚନ୍ଦନ ଦେଇ ସ୍ୱାଗତ କରି ସମ୍ବର୍ଦ୍ଧନା ଜଣାଇଥିଲେ।
ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )