ଏକ ମାସିଆ ସାମାଜିକ ସେବା କାର୍ଯ୍ୟକ୍ରମ ଜାରି

0 38

ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଗାନ୍ଧୀ ଜୟନ୍ତୀ ରୁ ନଭେମ୍ବର ୨ପର୍ଯ୍ୟନ୍ତ ଏକ ମାସ ଧରି ହେବାକୁ ଥିବା ସାମାଜିକ ସେବା କାର୍ଯ୍ୟକ୍ରମର ସପ୍ତମ ଦିବସରରେ କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଧର୍ମଗଡ଼ ସବଡିଭିଜନ ଡାକ୍ତରଖାନା, ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ, ଧର୍ମଗଡ଼ ମହିଳା +୩ ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ସାମାଜିକ ସେବା କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଧର୍ମଗଡ଼ ବ୍ଲକ ଯୁବ ସଭାପତି ଲିପୁ ମହାନ୍ତି,ଧର୍ମଗଡ଼ ନଗର ଯୁବ ସଭାପତି ଧର୍ମେନ୍ଦ୍ର ଭାଇଁସାଲ,ଛାତ୍ର ଜନତାର ବ୍ଳକ ସଭାପତି ସୁନିଲ ଭଇସାଲ, ଟାଉନ ଛାତ୍ର ସଭାପତି ବିକ୍ରମ ସାହୁ, ବିଧାୟକ ପ୍ରତିନିଧି ସ୍ବାଧୀନ କୁମାର ବାଗ,ବ୍ଲକ ସଭାପତି ଟିକମନ ଯାଦବ,ନଗର ସଭାପତି ମଦନ ନାଏକ,ସରକାରୀ ଓକିଲ ରାଜେନ୍ଦ୍ର ମୁନୀ,RMC ଭାଇସ ଚେଆର ମେନ ବିବେକ ମିଶ୍ର, ସୁନିଲ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ, ମହିଳା ମହାବିଦ୍ୟାଳୟ ଓ ପଞ୍ଚାୟତ ମହାବିଦ୍ୟାଳୟ ପରିସର ସଫେଇ କରାଯିବା ସହ ଆଗାମୀ ଦିନରେ ସମସ୍ତ ଗ୍ରାମ ପାୟତର ରେ ଏହି କାର୍ଯ୍ୟକ୍ରମ କୁ ବ୍ୟାପକ କରାଯିବ ବୋଲି ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି ପ୍ରକାଶ କରିଛନ୍ତି।

କଳାହାଣ୍ଡି ଇପିଏ ରୁ ଵିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.