ଏଟିଏମ କାଉଣ୍ଟର ରୁ୧୪୦୦ ଟଙ୍କା ପାଇ ଷ୍ଟେଟ ବ୍ୟାଙ୍କ ଚିଫ ମ୍ୟାନେଜର ଙ୍କୁ ହସ୍ତାନ୍ତର କଲେ ଓ ବିରଳ ମଣିଷ ର ପରିଚୟ ସୃଷ୍ଟି
ସୁବର୍ଣ୍ଣପୁର : ଅନେକ ସମୟରେ ବିଭିନ୍ନ ବ୍ୟାଙ୍କ ରେ ଏଟିଏମ କାଉଣ୍ଟର ମାନଙ୍କ ରେ ଗ୍ରାହକ ମାନେ ତରବରିଆ ଭାବେ ଏଟିଏମ କାର୍ଡ ୟୁଜ ପାଇଁ ହେଉ କିମ୍ବା ନେଟ ସ୍ଲୋ ପାଇଁ ହେଉ ମିସ କେଶ ଡେସ୍ପାଜ ହୋଇଥାଏ l ଏବଂ ଗ୍ରାହକ ମାନେ ଅପେକ୍ଷା ନ କରି ସେଠୁ ଫେରି ଯାଆନ୍ତି l ଆଉ ତାଙ୍କ ଟଙ୍କା ସବୁ ପରେ ଏଟିଏମ ରୁ ବାହାରି ଅଲଗା ଲୋକ ଙ୍କ ହାବୁଡ଼ରେ ପଡିଥାଏ l ପରେ କିନ୍ତୁ ଆଗ ଗ୍ରାହକ ଙ୍କ ଏକାଉଣ୍ଟ ରୁ ଟଙ୍କା ଡେବିଟ ଦେଖାଏ l ଏଭଳି ପର ଲୋକ ର ଟଙ୍କା ପାଇ ଖୁବ କମ ଲୋକ ବ୍ୟାଙ୍କ ଅଧିକାରୀ ଙ୍କୁ ଆସି ହସ୍ତାନ୍ତର କରି ମଣିଷ ପଣିଆ ର ପରିଚୟ ଦେଇଥାନ୍ତି l ଆଉ ଗତ କାଲି ସୋନପୁର ଷ୍ଟେଟ ବ୍ୟାଙ୍କ ରେ ଏଟିଏମ ରୁ ୧୪୦୦ ଟଙ୍କା ପାଇ ବ୍ୟାଙ୍କ ଚିଫ ମ୍ୟାନେଜର ଶରତ କୁମାର ଦେହୁରୀ ଙ୍କୁ ହସ୍ତାନ୍ତର କରି ଶାଖା ମ୍ୟାନେଜର ଓ କର୍ମଚାରୀ ଙ୍କ ଠାରୁ ଖୁବ ପ୍ରଶଂସିତ ହୋଇଛନ୍ତି ଓ ଜଣେ ଭଲ ମଣିଷ ର ପରିଚୟ ଦେଇଛନ୍ତି ସୋନପୁର ଘୋଡ଼ାଘାଟପଡ଼ା ର ଯୁବକ ପ୍ରଫୁଲ୍ଲ ନାଏକ l ଶ୍ରୀ ନାଏକ ଗତ କାଲି ସକାଳେ ୮ ଟା ୩୦ ରେ ଏଟିଏମ ରୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଆଉ ଜଣେ କୌଣସି ପୂର୍ବ ଗ୍ରାହକ ଙ୍କ ୧୪୦୦ ଟଙ୍କା ଏଟିଏମ ରୁ ବାହାରିଥିଲା l ଏବଂ ସେ ଆଜି ବ୍ୟାଙ୍କ ମ୍ୟାନେଜର ଙ୍କୁ ସମ୍ମାନ ର ସହ ସେ ଟଙ୍କା ଫେରସ୍ତ କରିଥିଲେ l ଶ୍ରୀ ନାଏକ ସୋନପୁର କଲେଜ ର ଜଣେ କର୍ମଚାରୀ ତଥା ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ର ଉପ ସଭାପତି ଭାବେ ମଧ୍ୟ ଶୃଙ୍ଖଳା ର ସହ କାର୍ଯ୍ୟ ତୁଲାଇ ସେ ଆଜି ସବୁ ମହଲ ରେ ନାଁ ରଖିଛନ୍ତି l ଏବଂ ସେ ସହର ର ଅନେକ ସାମାଜିକ ଅନୁଷ୍ଠାନ ସହିତ ଜଡିତ ରହି ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି l ଶ୍ରୀ ନାଏକ ଙ୍କ ଏ ମହାନତା ବଦାନ୍ୟତା ପାଇଁ ବ୍ୟାଙ୍କ ଅଧିକାରୀ ,କର୍ମଚାରୀ ଙ୍କ ଠାରୁ ଅନେକ ପ୍ରଶଂସା ପାଇ ଥିବା ବେଳେ ସ୍ୱଚ୍ଛ ଭାରତ ସଂଗଠନ ର ସଭାପତି ଲକ୍ଷ୍ମୀ ମେହେର ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଶ୍ରୀ ନାଏକ ଙ୍କୁ ସ୍ୱଚ୍ଛ ଭାରତ ର ଏହା ଏକବଡ ଗୌରବ ବୋଲି ପ୍ରଶଂସା କରିଛନ୍ତି l ବ୍ୟାଙ୍କ ରେ ଏକ ପଞ୍ଚନାମl କରାଯାଇ ସ୍ୱତନ୍ତ୍ର ଏକାଉଣ୍ଟ ରେ ଏ ଟଙ୍କା କୁ ରଖା ଯାଇଥିବା ଖବର ମିଳିଛି l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )