ଏବିଲିଟି ଇଣ୍ଡିଆ ବୌଦ୍ଧ ର ବାର୍ଷିକ ଉତ୍ସବ ପାଳନ ଓ ଶିଶୁ ମାନଙ୍କ ବିଶେଷ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର: ସ୍ବେଛାସେବୀ ସଂଗଠନ “ଏବିଲିଟି ଇଣ୍ଡିଆ” ଦ୍ୱାରା ପରିଚାଳିତ ଆଶା ଶିକ୍ଷଣ ସଂସ୍ଥା ର ତୃତୀୟ ବାର୍ଷିକ ଉତ୍ସବ ବୌଦ୍ଧ ଗିରାସିଙ୍ଗା ଗ୍ରାମ ଠାରେ ପାଳିତ ହୋଇ ଯାଇଛି l ଏହି ଅବସର ରେ ସଂସ୍ଥା ର କୁନି କୁନି ପିଲା ମାନଙ୍କ ଦ୍ୱାରା ବଣ ଭୋଜି, ଗୀତ ଓ ନୃତ୍ୟ ପରିବେଷଣ, ବିଭିନ୍ନ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଆଦି ର ଆୟୋଜନ କରା ଯାଇଥିଲା lଏଠାରେ ସୂଚନା ଯୋଗ୍ୟ ଯେ ଏବିଲିଟି ଇଣ୍ଡିଆ ସ୍ବେଛାସେବୀ ସଂଗଠନ ବିଭିନ୍ନ ସମୟରେ ବୌଦ୍ଧ ତଥା ଝାରସୁଗୁଡା ରେ ଶିକ୍ଷା ସ୍ୱାସ୍ଥ୍ୟ ଓ ଦିବ୍ୟାଙ୍ଗ ଜନ କଲ୍ୟାଣ ନିମନ୍ତେ କାର୍ଯ୍ୟ କରି ଆସୁଛି. ଆଜି ର ଏହି କାର୍ଯ୍ୟକ୍ରମ ରେ ପରିବେଶ ପ୍ରେମୀ ଶିକ୍ଷକ ଶ୍ରୀ ସ୍ୱରାଜ କହଁର, ସମାଜ ସେବୀ ଶ୍ରୀ ଦେବଦତ୍ତ ମିଶ୍ର, ଶ୍ରୀମତୀ ପ୍ରଣୟିନୀ ଲେଙ୍କା, ସସ୍ମିତା ବାଦୀ ଉପସ୍ଥିତ ରହି ପିଲାମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ ତଥା ପରିବେଶ ଓ ଜୀବନ କୌଶଳ ଶିକ୍ଷା ଉପରେ ସଚେତନ କରାଇଥିଲେ.l କାର୍ଯ୍ୟକ୍ରମ ର ଆୟୋଜକ ଶ୍ରୀ ନିବାସ ନାଏକ କରିଥିଲେ l
ସୁବର୍ଣ୍ଣପୁର ଇପିଏ ରୁ ବିରଂଚି ଉଗ୍ରସେନ କର୍ମୀ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )