ଓଡ଼ିଶା ମୋ ପରିବାରର ଆନୁକୁଲ୍ୟରେ ଜୟ ଓଡ଼ିଶା ର ଭ୍ରମ୍ୟମାଣ ରକ୍ତଦାନ ଶିବିର

0 93

ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶରେ, ଓଡ଼ିଶା ମୋ ପରିବାରର ଆନୁକୁଲ୍ୟରେ, ଜୟ ଓଡ଼ିଶା ଏକ ଭିନ୍ନ ପ୍ରକାରର ରକ୍ତଦାନ ଶିବିରର ଆୟୋଜନ କରିଛି ।

କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ ବ୍ୟାଙ୍କ୍ ବିଭାଗ ଦ୍ଵାରା ପ୍ରଦତ୍ତ ଏକ ରକ୍ତଦାନ ଗାଡ଼ି ଦ୍ଵାରା ସହର ର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ହେବ ଯାହା ଦ୍ଵାରା ଭିନ୍ନ ଭିନ୍ନ ଅଞ୍ଚଳରୁ ଲୋକ ରକ୍ତଦାନ କରିପାରିଛନ୍ତି। ଏଥିରେ ଅନ୍ୟାନ୍ୟ ସଂଗଠନ ଯଥା, ପ୍ୟାସନ୍ କ୍ଲବ, ଭୌମନଗର ଉନ୍ନୟନ ପରିଷଦ ଓ ୱିନରସ ଆସୋସିଏସନ୍ ସହାୟତା କରିଥିବା ବେଳେ, ଅନେକ ସମାଜସେବୀ ଯଥା ଶ୍ରୀ ଅମରେଶ ଜେନା, ଶ୍ରୀମତୀ ଶାଶ୍ଵତୀ ମିଶ୍ର,ଶ୍ରୀ ଉମାକାନ୍ତ ମିଶ୍ର, ଶ୍ରୀ ସମୀର ପ୍ରଧାନ, ଶ୍ରୀ ନରେନ ସାହୁ, ଶ୍ରୀ ଶିବ ସୁର ଏବଂ ଶ୍ରୀ ଏସ୍ କେ ତସଭିର ଏହାକୁ ସୁଚାରୁ ରୂପେ ସମ୍ପାଦନ କରିବାରେ ସାହାଯ୍ୟ କରିଥିଲେ ।

ଏହି ଭ୍ରମ୍ୟମାଣ ରକ୍ତଦାନ ଶିବିର ସକାଳ ୮.୩୦ରୁ ମାଷ୍ଟର କ୍ୟାଣ୍ଟିନ, ଗିରିଦୂର୍ଗା ମନ୍ଦିରରୁ ଆରମ୍ଭ ହୋଇଥିଲା। କ୍ରମାନ୍ୱୟ ଭାବେ ୧୦.୩୦ଟାରେ ୟୁନିଟ ୪, ଭୌମ୍ୟନଗର ଦୁର୍ଗା ମଣ୍ଡପ ଓ ଶେଷରେ ୧୨.୩୦ରେ ସହିଦ ନଗର ୱିନର ଆସୋସିଏସନ୍ ଠାରେ ଉଦଯାପିତ ହୋଇଥିଲା ।

ଉପରିସ୍ଥ ୩ଟି ସ୍ଥାନରୁ, ବହୁତ୍ କମ ସମୟ ମଧ୍ୟରେ ସମୁଦାୟ ୧୦୧ ୟୁନିଟ ରକ୍ତ ସଂଗ୍ରହ କରାଗଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସୋନୁ ଶୁଭମ୍ ମହାନନ୍ଦ ଯୋଗ ଦେଇଥିଲେ। ସେ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ସର୍ବପ୍ରଥମେ ସ୍ଵଈଚ୍ଛା ରେ ରକ୍ତଦାନ କରି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ବ୍ଲଡ଼ ବ୍ୟାଙ୍କ୍ ର ସଦସ୍ୟ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ଚିନ୍ତାଧାରା ଆମକୁ ସବୁବେଳେ ଅନୁପ୍ରାଣିତ କରିଛି ଓ ସେହି ଚିନ୍ତାଧାରାକୁ ଅନୁସରଣ କରି ଜୟ ଓଡ଼ିଶା ଭବିଷ୍ୟତରେ ମଧ୍ୟ ସମାଜ ପାଇଁ ନିଜକୁ ନିୟୋଜିତ କରିବ ବୋଲି ଜୟ ଓଡ଼ିଶା ର ସଭାପତି ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାମନ୍ତରାୟ ପ୍ରତିଜ୍ଞା କରିଛନ୍ତି ।

ଭୁବନେଶ୍ୱର ଇପିଏରୁ ବିରୁ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.