ଓବିସି ମାନଙ୍କ ସଂରକ୍ଷଣ ପାଇଁ ଦାଵୀ
ପଞ୍ଚାୟତ ଓ ପୌର ନିର୍ବାଚନ ରେ ଓ ବି ସି ସଂରକ୍ଷଣ ପ୍ରସଙ୍ଗ ଜୋର ଧରିବାରେ ଲାଗିଛି l ପୂର୍ବ 5 ଟି ନିର୍ବାଚନ ରେ ଓବିସି ବର୍ଗ ଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳୁଥିବା ବେଳେ ଚଳିତ ଥର ଏଥିରୁ ଏହି ବର୍ଗ କୁ ବଂଚିତ କରାଯାଇ ଥିବା ପ୍ରତିବାଦରେ ସୁବର୍ଣ୍ଣପୁର ଜ଼ିଲ୍ଲା ଭାଜପା ଓବିସି ମୋର୍ଚ୍ଚା ପକ୍ଷରୁ ସୋନପୁର ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ରାଜ୍ୟ ରେ ପଛୁଆ ବର୍ଗ ଙ୍କ ଜନସଂଖ୍ୟା ୫୪ ପ୍ରତିଶତ ରୁ ଉର୍ଧ୍ଵ ଥିବା ସତ୍ୱେ ଏହି ବର୍ଗଙ୍କୁ ରାଜ୍ୟ ସରକାର ଏହି ନର୍ବାଚନ ରେ ଘୋର ଅବହେଳା ତଥା ଏମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଥିବା ଏବଂ ଏମାନେ ଏଥର ନିର୍ବାଚନ ରେ ଭାଗ ନେବାରୁ ବଂଚିତ ହୋଇଥିବା ବିଷୟ ଜ଼ିଲ୍ଲା ବିଜେପି ଏକ ଧାରଣା ଦେବlସହ ଦୃଢ଼ ଅଭିଯୋଗ କରିଛି l ଏଣୁ ପଛୁଆ ବର୍ଗ ଙ୍କ ସାମ୍ବାଧାନିକ ଅଧିକାର ର ସୁଯୋଗ ଦେବାକୁ ମଧ୍ୟ ବିଜେପି ଦାବୀ କରିଛି l ଏ ସମ୍ପର୍କ ରେ ଏକ ସ୍ମାରକ ପତ୍ର ବିଡ଼ିଓ ଙ୍କ ଜରିଆ ରେ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି l ଭାଜପା ର ଜ଼ିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ଙ୍କ ନେତୃତ୍ୱ ରେ ଇଂ ରଘୁନାଥ ଜଗଦଳା, ସାନନ୍ଦ ମେହେର, ନିରଞ୍ଜନ ତ୍ରିପାଠୀ, ପ୍ରଫୁଲ୍ଲ ସାହୁ, ସୁନିତା ଗିରି, ସଂଯୁକ୍ତା ହୋତା, ସୁଦେଗ୍ନା ନେଗୀ, ବଳରାମ ସୁନା, ପୂର୍ଣଚନ୍ଦ୍ର ବିଶି, ତ୍ରିଲୋଚନ ତରିଆ,ଗଙ୍ଗା ତରିଆ, କୁନା ବିଶ୍ୱାଳ, ମନୋଜ କୁମାର, ଅନନ୍ତ ପାଣିଗ୍ରାହୀ, ବାବୁଲୁ ସାଗର ପ୍ରମୁଖ ଙ୍କ ସହ ଅନ୍ୟମାନେ ଏଥିରେ ସାମିଲ ଥିଲେ l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )