କନିସି ସିଦ୍ଧ ଭୈରବୀ ଉଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ପାଇଲେ ରାଜ୍ୟପାଳ ପୁରସ୍କାର!
ଗତ july ମାସ 2021ରେ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଯାଇଥିବା ରାଜ୍ୟ ସ୍ତରୀୟ ସ୍କାଉଟ ଏବଂ ଗାଇଡ଼ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି କନିସି ସ୍ଥିତ ସିଦ୍ଧ ଭୈରବୀ ଉଚ ମାଧ୍ୟମିକ ବିଦ୍ୟାଳୟ ର ଜଣେ ରୋଭେର ଏବଂ ଛ ଜଣ ରେଞ୍ଜେର ଅଂଶଗ୍ରହଣ କରି ନିଜ ଟିମ ର ଚେଷ୍ଟା ରେ କୃତିତ୍ୱ ହାସଲ କରି ମାନ୍ୟବର ମହାମହିମ ରାଜ୍ୟପାଳ ଶ୍ରୀ ଯୁକ୍ତ ଗଣେସୀ ଲାଲ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ!ସେମାନଙ୍କ ଉକ୍ତ ସଫଳତା ରେ ଅଞ୍ଚଳ ତଥା ବୁଦ୍ଧିଜୀବୀ ମହଲ ରେ ଆନନ୍ଦ ର ଲହରୀ ଖେଳିଯିବା ସହ ସେମାନଙ୍କୁ ଆଗକୁ ବଡିବା ପାଇଁ ପ୍ରେରଣା ଦେଇଥିଲେ!ଆଜି ରାଜ୍ୟପାଳ ପୁରସ୍କାର ପାଇଥିବା ଛାତ୍ର ଏବଂ ଛାତ୍ରୀ ମାନଙ୍କୁ କନିସି ସ୍ଥିତ ସିଦ୍ଧ ଭୈରବୀ ଉଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭବ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା!ମୁଖ୍ୟ ଅତିଥି ଭାବେ କନିସି ତହସିଲଦାର ଶ୍ରୀ ତାପସ ରାଉତ, ରଙ୍ଗେଈଲୁଣ୍ଡା ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ସନମାନିତ ଅତିଥି ଭାବେ କଲେଜ ଅଧକ୍ଷ ଡ଼ା, ଶିବ ପ୍ରସାଦ ନାୟକ,ରେଙ୍ଗର ଲିଡର ମୋନାଲିସା ଦାସ,ରବେର ଲିଡର ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ଲଷ୍ମୀ ନାରାୟଣ ପଟନାୟକ, ବୈରାଗୀ ବେହେରା ସତ୍ୟ ନାରାୟଣ ଆଚ!ର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ!
ଗଂଜାମ ଇପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ…
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )