କବାଟବନ୍ଧ ବ୍ରାହ୍ମଣୀ ସେତୁରେ ମହିଳା ଙ୍କ ଆତ୍ମହତ୍ୟା ଉଦ୍ୟମ ।
ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଦୁବୁରୀ ୫୩ ନମ୍ବର ଜାତୀୟ ରାଜପଥ କବାଟ ବନ୍ଧ ବ୍ରାହ୍ମଣୀ ସେତୁରେ ଆଜି ଶୁକ୍ରବାର ଦିନ ୧୨ ଟା ସମୟରେ ଜଣେ ମହିଳା ପୋଲ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ ମହିଳା ଜଣଙ୍କ ହେଲେ ଜେନାପୁର ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଭଗବାନ ମଳିକଙ୍କ ଝିଅ ଡଲି ମଳିକ ,ବୟସ ୩୩ ବର୍ଷ ,ସେ ଗତବର୍ଷ କୋରାଇ ବ୍ଲକ ତଲଗଡ ପଞ୍ଚାୟତ ଝୁଲଣ ଗ୍ରାମରେ ସାଗର ମଳିକ ଙ୍କୁ ବିବାହ କରିଥିଲେ।କୌଣସି ଘଟଣା ବଶତ ଶାଶୁଘରେ ତାଙ୍କୁ ନିର୍ଯ୍ୟାତନା ଦିଆ ଯାଇଥିବା ଡଲିର ମା କହିଛନ୍ତି ।
ଆଗରୁ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା, ଡଲି ବାପଘରେ ରହୁଥିଲେ ଆଜି ତାଙ୍କୁ ବୁଝା ସୁଝା କରି ଡଲିର ଶାଶୁ ଘରକୁ ଏକ ଅଟୋ ଯୋଗେ ତାଙ୍କ ମା ନେଇ ଯାଉଥିବା ବେଳେ କବାଟବନ୍ଧ ବ୍ରାହ୍ମଣୀ ସେତୁ ଅଧରେ ଅଟୋ ଚାଳକଙ୍କୁ କହିଥିଲା ଯେ ଭାଇ ଗାଡ଼ି ରଖ ମୋ ଚପଲ ଖସି ପଡ଼ିଲା ଅଟୋ ରଖିବା ମାତ୍ରେ ମହିଳା ଜଣଙ୍କ ହଟାତ୍ ବ୍ରାହ୍ମଣୀ ପୋଲ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ । ଗାଡ଼ିରେ ଥିବା ଡଲିର ମା ଓ ଅଟୋ ଚାଳକ କିଛି ବୁଝି ପାରିନଥିଲେ ।
ଜୋର ଜୋର ଚିଲେଇ ଚିଲେଇ ଡାକିବାରୁ ନଦୀ ପାଣି ଭିତରେ ଥିବା କିଛି କୈବତ୍ୟ ମାଛ ଧରୁଥିବା ସମୟରେ ମହିଳା ଜଣଙ୍କୁ ପାଣି ଭିତରୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ କବାଟ ବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ ସେଠାରେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରି ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନାକୁ ପଠାଇ ଦିଆଯାଇଥିବା ଜଣାପଡିଛି ,ଖବର ଲେଖା ହେଲା ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟ ଭଲ ଥିବା ସୂଚନା ରହିଛି।
ଯାଜପୁର ଇପିଏ ରୁ ସୁରେଶ କର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )