କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଙ୍କ ୭୪ତମ ଜନ୍ମ ଦିନ ପାଳିତ
ନବୀନ ଭବନ ରେ ଗଂଜାମ ଗୌରବ ଓଡ଼ିଶା ର ଯଶସ୍ୱୀ ସାହିତ୍ୟିକ ବରିଷ୍ଠକବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଙ୍କ ୭୪ତମ ଜନ୍ମ ଦିନ ପାଳିତ (ସାହିତ୍ୟ ସ୍ବାସ୍ଥ୍ଯ ଓ ସାମର୍ଥ୍ଯ ଦିଏ :- କବି କୃଷ୍ଣଚନ୍ଦ୍ର ତ୍ରିପାଠୀ) ଦୀର୍ଘ ୫୦ ବର୍ଷ ର ସାହିତ୍ୟ ସାଧନା ପଥରେ ପାଠକ ମୋ ପାଇଁ ପ୍ରେରଣା। ପ୍ରଭୁ ପ୍ରକୃତି ପୁସ୍ତକ ସହିତ ଜୀବନ ଯୋଡ଼ି ସାଧାରଣ ଶିକ୍ଷକ ଜୀବନ ଆରମ୍ଭ ରୁ ଏକରୁ ଅନେକ ଆହ୍ବାନ ସମ୍ମୁଖୀନ ହେଲେ ହେଁ ସାହିତ୍ୟ ସାଧନା ପଥରେ ଯେଉଁ ଶାନ୍ତି ପାଇଛି ସେହି ଅନୁଭବ ନୈସର୍ଗିକ ଆନନ୍ଦ ଦେଇଛି। କେବେ କୌଣସି ପୁରସ୍କାର ପାଇବା ଆଶା କିମ୍ବା ସମ୍ବର୍ଦ୍ଧନା ପାଇଁ ସାଧନା କରି ନାହିଁ ବରଂ ସମାଜରେ ମଣିଷ ଯେଉଁ ଜୀବନ ସାହିତ୍ୟ ରେ ଖୋଜୁଥାଏ ସେହି ଭାବନା ର ପରିପ୍ରକାଶ ରେ ସାହିତ୍ୟ ଦେହରେ ଜୀବନ ଦେବା ପାଇଁ ଗୋଟିଏ ସାଧାରଣ ମଣିଷ ସଂସ୍କାରମୂଳକ ସାହିତ୍ୟ ରଚନା କରି ଆସିବା ସହିତ ପାଠକ ଙ୍କ ଶ୍ରଦ୍ଧା ଭାଜନ ହୋଇ ପାରିଛି ବୋଲି ସମ୍ବର୍ଦ୍ଧନା ର ଉତ୍ତର ରେ ବରିଷ୍ଠ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ବକ୍ତବ୍ଯ ରଖିଥିବା ବେଳେ ନବୀନ ସଂପାଦକ ରବି ରଥ ଏବଂ ପୂର୍ତତନ କୁଳପତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଙ୍କ ପ୍ରିୟ ଛାତ୍ର ପ୍ରଫେସର ମନ୍ମଥ ପାଢ଼ୀ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଙ୍କ ପରି ଜଣେ ସାହିତ୍ୟିକ ର ଜନ୍ମ ଗଂଜାମ ପାଇଁ କେବଳ ଗୌରବ ନୁହଁ ବରଂ ସାରା ଓଡ଼ିଶା ର ଗୌରବ ବୋଲି ବକ୍ତବ୍ଯ ରଖିଥିଲେ। ଗଂଜାମ ରେ ଜନ୍ମ ହୋଇ ଗଂଜାମ ମାଟିର ଗୌରବ ବଢେଇ କବିସୂର୍ଯ୍ୟ ବଳଦେବ ରଥ କବି ସମ୍ରାଟ ଉପେନ୍ଦ୍ର ଭଂଜ ଙ୍କ ପରି ସାହିତ୍ୟ ରଚନା ରେ ଧୂରୀଣ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ବୋଲି ବକ୍ତବ୍ଯ ରଖିଥିଲେ।ତାଙ୍କର ଜନ୍ମ ଦିନ ପାଳନ କରି ଯେଉଁ ପବିତ୍ର କାର୍ଯ୍ୟ କରିବା ର ଅବସର ମିଳିଛି ଏହା ପୂଜ୍ୟ ପୂଜା ର ନିଦର୍ଶନ ବୋଲି ସାମାଜିକ କର୍ମୀ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ଯ ରାଜେନ୍ଦ୍ର ଜେନା କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଙ୍କ ସଂପର୍କ ରେ ଆଲୋଚନା କରି କହିଥିଲେ। ଅନ୍ୟ ମାନଙ୍କ ମଧ୍ଯ ରେ ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା ବରିଷ୍ଠ କବି ପ୍ରମୋଦ ପଣ୍ଡା ଡ ଶାନ୍ତନୁ କୁମାର ଦାଶ ସୁଶାନ୍ତ କର ବନ୍ଦନା ମହାପାତ୍ର ସରିତା ପଣ୍ଡା ପ୍ରମୁଖ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଙ୍କ ସାରସ୍ୱତ କୃତି କୀର୍ତ୍ତି ସଂପର୍କ ରେ ଆଲୋଚନା କରି ଥିଲେ। କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଙ୍କ ଦୁଇ ପୁତ୍ର ବରିଷ୍ଠ ଆୟୁର୍ବେଦ ଚିକିତ୍ସା ବିଶାରଦ ଡାକ୍ତର
ସାଗର ରଂଜନ ତ୍ରିପାଠୀ ସାନ ପୁଅ ଇଂ ମାନସ ରଂଜନ ତ୍ରିପାଠୀ ଙ୍କ ସମେତ ଶତାଧିକ କବି ସାହିତ୍ୟିକ ଉପସ୍ଥିତ ଥିଲେ। ଆୟୋଜନ ସମ୍ବର୍ଦ୍ଧନା ସଭା ରେ ନବୀନ ପରିବାରର ସମସ୍ତ ସଦସ୍ଯ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରି ଥିଲେ।
ଗଂଜାମ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି