କର୍ମଚାରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0 5

ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର କର୍ମଚାରୀ ଶ୍ରୀ ରବିନ୍ଦ୍ର କୁମାର ବାରିକ ଙ୍କୁ ବିଭାଗ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଠାରେ ୬୦ ବର୍ଷ ରେ ପଦାର୍ପଣ କରିଥିବା ଶ୍ରୀ ବାରିକ ଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରୋଭିଜିନାଲ ପେନସନ ପ୍ରମାଣ ପତ୍ର, ଉପଢୌକନ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ବାରିକ ବିଭାଗ ପାଇଁ ଅନେକ ସେବା କରିଛନ୍ତି ଓ ତାଙ୍କ କାର୍ଯ୍ୟ ବେଶ ପ୍ରଶଂସନୀୟ ବୋଲି ଶ୍ରୀ ସେଠୀ କହିଥିଲେ। ନିଜ ପ୍ରତିକ୍ରିୟା ରେ ବିଭାଗ ପାଇଁ କାର୍ଯ୍ୟ କରି ସେ ବେଶ ଗର୍ବିତ ଓ ଆନନ୍ଦିତ ବୋଲି ଶ୍ରୀ ବାରିକ କହିଥିଲେ।ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜିତେନ୍ଦ୍ରୀୟ ଜେନା ଯୋଗ ଦେଇ ଶ୍ରୀ ବାରିକ ଙ୍କ କାର୍ଯ୍ୟାବଳୀର ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଭାଗର କର୍ମଚାରୀ ରାଜେନ୍ଦ୍ର କୁମାର ପାତ୍ର, ପ୍ରସନ୍ନ କୁମାର ସାହୁ, ରାଜେନ୍ଦ୍ର ପାତ୍ର, ମିନତୀ ଦାସ, ବିବେକା ଦାସ,ପ୍ରଦୀପ୍ତ ପଟ୍ଟନାୟକ,ସୁବ୍ରତ କୁମାର ସାହୁ,ପ୍ରତିମା ମହାନ୍ତି,ତ୍ରିନାଥ ପାତ୍ର ,ଲକ୍ଷ୍ମୀଧର ନାଏକ ପ୍ରମୁଖ ଯୋଗ ଦେଇଥିଲେ।

ପୁରୀ ଇପିଏରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇଷ୍ଟର୍ଣ୍ଣ ପ୍ରେସ ଏଜେନସି ( ଇପିଏ ନିଉଜ )

Leave A Reply

Your email address will not be published.