କାନପୁର ଡ୍ୟାମ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

0 38

ଯୋଡା ସେଂଟ୍ରାଲ ହସପିଟାଲର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ମୁରଲି ଶର୍ମା ବଡ଼ବିଲ ରୁ ସିତାରାମ ଦିକ୍ଷୀତ ରିପୋର୍ଟ।

ଯୋଡା : କେନ୍ଦୁଝର ଜିଲାର ଚମ୍ପୁଆ, ଯୋଡା, ଝୁମ୍ପୁରା, ସଦର ଓ ପାଟଣା ବ୍ଲକର ୨୪୪ଟି ଗାଁର ୪୭୭୦୯ ହେକ୍ଟର ଚାଷଜମିକୁ ଜଳସେଚନ କରି ସବୁଜବିପ୍ଳବ ଆଣିବା ଲକ୍ଷ୍ୟ ନେଇ ବାସୁଦେବପୁରସ୍ଥିତ ବୈତରଣୀ ନଦୀରେ ଆରମ୍ଭ ହୋଇଥିବା କାନପୁର ବୃହତ ଜଳସେଚନ ପ୍ରକଳ୍ପକୁ ଜାଣିଶୁଣି ମନ୍ଥ୍‌ର ଗତିରେ କରାଯାଉଛି । ୨୦୦୪ରୁ ୨୦୧୩ ମଧ୍ୟରେ ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ କରି ରଖାଗଲା । ଏହି ପ୍ରକଳ୍ପର ସମୀକ୍ଷା କରି ଶୁକ୍ରବାର କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ୱେଶ୍ୱର ଟୁଡୁ କ୍ଷୋଭର ସହଏଭଳି ମତ ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରକଳ୍ପ ବିଳମ୍ବ ହେବା ଓ ଏହା ଦ୍ୱାରା କ୍ଷତିଗ୍ରସ୍ତ ଓ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଉପଯୁକ୍ତ ଥଇଥାନ କରାନଯିବା ଏବଂ କ୍ଷତିପୂରଣ ପ୍ରଦାନରେ ଅହେତୁକ ବିଳମ୍ବ ଲୋକଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି । ପ୍ରକଳ୍ପ ବିଳମ୍ବ ଯୋଗୁଁ ଏହା ଦ୍ୱାରା ଉପକୃତ ହେବାକୁ ଦଶନ୍ଧି ଦଶଦ୍ଧି ଧରି ଅପେକ୍ଷା କରିଥିବା ଚାଷୀକୁଳ ହତାଶ ହୋଇପଡିଛନ୍ତି । ଏହି ପ୍ରକଳ୍ପର ସ୍ପିଲୱେ, କେନାଲ ଓ ୫୨୦ନଂ ଜାତୀୟ ରାଜପଥରେ ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ଓ ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ଲାଗି ରହିଥିବା ଅନିଶ୍ଚିତତା ଯୋଗୁଁ ମନ୍ତ୍ରୀ ବିରକ୍ତି ପ୍ରକାଶ କରିଛନ୍ତି । ସେହିଭଳି ଜଙ୍ଗଲ ଜମି ଅନୁମତି, ବିସ୍ଥାପିତଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ଆଦି କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଏହି ପ୍ରକଳ୍ପ ନିର୍ମାଣ ଆରମ୍ଭ ହେବାର ୨୬ବର୍ଷର୍ ପରେ ମଧ୍ୟ ଆଜିବି ଅଧାରେ ଅଟକି ରହିଥିବାରୁ ଏହାକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ସେ ବିଭାଗୀୟ କର୍ତୃପକ୍ଷଙ୍କୁ ପରାକର୍ଶ ଦେଇଥିଲେ । କାନପୁର ପ୍ରକଳ୍ପ ନିର୍ଦ୍ଧିଷ୍ଟ ଭାବେ କେବେ ସରିବ ତାହା ସ୍ପଷ୍ଟ ଭାବେ ଜଣାଇବାକୁ ସେ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ବିସ୍ଥାପିତମାନଙ୍କୁ ଉଚ୍ଛେଦ ପୂର୍ବରୁ ପ୍ରସ୍ତାବିତ ସରକାରୀ ପୁନର୍ବାସ ଓ ଥଇଥାନ କଲୋନୀରେ ଜମି ଆବଂଟନ ଓ ଚିହ୍ନଟ କରାଯାଇ ପଟା ପ୍ରଦାନ କରାଯାଉ । ବିସ୍ଥାପିତଙ୍କ ପାଇଁ ଉଦ୍ଦିଷ୍ଟ ପ୍ରସ୍ତାବିତ କଲୋନୀର ଜମିକୁ ବାସପୋଯୋଗୀ କରି ସେଠାରେ ବିଜୁଳି ଓ ପାନୀୟ ଜଳ ବ୍ୟବସ୍ଥା ସହ ସବୁଦିନିଆ ରାସ୍ତା ନିର୍ମାଣ କରାଯାଉ ।

ଏହି ଅବସରରେ ବରିଷ୍ଠ ବିଜେପି ନେତା ଡ. ମୁରଲି ମନୋହର ଶର୍ମା ଯୋଡା ହସପିଟାଲର ଦୁରବସ୍ଥା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯୋଡାରେ ଏକ ଡିସପେନସାରୀ ପ୍ରେତିଷ୍ଠା କରିବାକୁ ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ନିକଟକୁ ଲେଖିଥିବା ଚିଠି ସମ୍ପର୍କରେ ଉଲ୍ଲେଖ କରି ଏହାକୁ ସ୍ୱାଗତ କରିବା ସହ ଯୋଡା ସେଂଟ୍ରାଲ ହସପିଟାଲର ପୁନରୁଦ୍ଧାର ପାଇଁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏଥିରେ ସେ ଦର୍ଶାଇଥିଲେ ଯେ, ଯୋଡା ବ୍ଲକ , ଯୋଡା ମ୍ୟୁନିସିପାଲିଟି ଓ ବଡବିଲ ମ୍ୟୁନିସିପାଲିଟି ଅଞ୍ଚଳର ଖଣି ଖାଦାନ ଓ କଳକାରଖାନାରେ କାମ କରୁଥିବା ଶ୍ରମିକ ତଥା ଜନସାଧାରଣଙ୍କ ଆବଶ୍ୟକତାକୁ ଦେଖି ୧୯୭୮ରେ କେନ୍ଦ୍ର ସରକାରଙ୍କ ଶ୍ରମ କଲ୍ୟାଶ ବିଭାଗ ଯୋଡାରେ ୫୦ଶଯ୍ୟା ବିଶିଷ୍ଟ ଏକ ହସପିଟାଲ ପ୍ରତିଷ୍ଠା କରିଥିଲେ । ଏଠାରେ ୬ଜଣ ଡାକ୍ତର ୧୩ଜଣ ଷ୍ଟାଫ ନର୍ସ ଓ ୨ଜଣ ଲ୍ୟାବ ସହାୟକଙ୍କ ପାଇଁ ଅନୁମୋଦିତ ପଦବୀ ରହିଛି । କିନ୍ତୁ ଏଠାରେ ଏବେ ମାତ୍ର ଜଣେ ଡାକ୍ତର ଓ ୩ଜଣ ଷ୍ଟାର୍ଫନର୍ସ କାର୍ଯ୍ୟ କରୁଛନ୍ତି । ଲକ୍ଷଲକ୍ଷ ଟଙ୍କାର ଯନ୍ତ୍ରପାତି ବ୍ୟବହାର ନହୋଇ ଖତ ଖାଉଛି । ଲ୍ୟାବ ଟେକନସିଆନ ପଦ ଖାଲି ପଡିଥିବାରୁ ଏକ୍ସରେ ଓ ରେଡିଓଲୋଜି ବିଭାଗ ପ୍ରାୟ ୫ ବର୍ଷ ହେଲା ବନ୍ଦ ହୋଇ ରହିଛି । ୫ଲକ୍ଷ ଟଙ୍କାର ଅଲଟ୍ରାସାଉଣ୍ଡ ମେସିନ ମଧ୍ୟ ପଡିପଡି ଜଙ୍କ ଲାଗିଗଲାଣି । ଅପରେସନ ଟିଏଟର ନଷ୍ଟ ହୋଇଗଲାଣି । ଏହି ଡାକ୍ତରଖାନା ଓ ଏଠାରେ ଥିବା ଆବାସିକ କ୍ୱାର୍ଟର ଗୁଡିକ ଭୂତଖାନାରେ ପରିଣତ ହେଲାଣି । ଏକଦା ଏଠାରେ ‘ବ୍ଲଡ ଟ୍ରାନସଫ୍ୟୁଜନ’ ଓ ବିଭିନ୍ନ ମାରାତ୍ମକ ରୋଗର ନିରୂପଣ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ଥିଲା । କିନ୍ତୁ କାଳକ୍ରମେ ଡାକ୍ତର , ଷ୍ଟାଫ ନର୍ସ ଓ ଲ୍ୟାବ ଟେକନିସିଆନଙ୍କ ଅଭାବ ଯୋଗୁଁ ଏହା ବନ୍ଦ ହେବାକୁ ବସିଛି । ଏଠାରେ ଅପରେସନ ଥିଏଟର(ଓଟି) କାମ କରୁ ନାହିଁ । ଡାକ୍ତର ଓ ଷ୍ଟାଫ ନଥିବା ବେଳେ ଏଠାରେ ଜେନେରିକ ଔଷଧ ମଧ୍ୟ ମିଳୁ ନାହିଁ । ଖଣି ଖାଦାନ ଓ ଏଅଞ୍ଚଳର କଳକାରଖାନାରେ କାମ କରୁଥିବା ଶ୍ରମିକ ଓ ଲୋକଙ୍କ ଆବଶ୍ୟକତାକୁ ଦେଖି ଏହି ହସପିଟାଲକୁ ପୁନରୁଦ୍ଧାର କରାଯିବା ଉଚିତ । ଏଅଞ୍ଚଳର ଶ୍ରମିକ ଶ୍ରେଣୀର ଅଭାବୀ ଲୋକମାନଙ୍କ ସ୍ୱାସ୍ଥ୍ୟସେବା ପାଇଁ ଉକ୍ତ ହସପିଟାଲର ପୁନରୁଦ୍ଧାର ପାଇଁ ଡ.ଶର୍ମା କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଓ ସହଯୋଗ ଲୋଡିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ଟିମ ଆସିଥିଲେ ।
ଏହି ଅବସରରେ ଡ. ଶର୍ମାଙ୍କ ବ୍ୟତିତ ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ଚରଣ ମାଝି , ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ , ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତବର୍ମା, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା , ଜିଲ୍ଲା ଉପସଭାପତି ଦେବ ପ୍ରସାଦ ମିଶ୍ର , ଅଗନୁଚରଣ ମହାନ୍ତ , ସପନା ସାହୁ , ରାଜ୍ୟ ଯୁବମୋର୍ଚ୍ଚା ଆମନ୍ତ୍ରିତ ସଦସ୍ୟ ପ୍ରକାଶ ମଲ୍ଲିକ , ରାଜ୍ୟ ଆଦିବାସୀ ମୋର୍ଚ୍ଚା ସମ୍ପାଦକ ସିଦ୍ଧାର୍ଥ ସିଂହ , ଜିଲ୍ଲା ଆଦିବାସୀ ମୋର୍ଚ୍ଚା ଉପସଭାପତି ପୁରୁଷୋତମ ଗାଗରାଇ, ବିଲେଇପଦା ମଣ୍ଡଳ ସଭାପତି ଅଲେଖ ବାରିକ ଓ ଯୋଡା ମଣ୍ଡଳ ସଭାପତି ସୁଶାନ୍ତ ବେବର୍ତା , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଚର୍ଚିଲ ମହାକୁଡ , ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂହ ଯୋଡାର ବରିଷ୍ଠ ନାଗରିକ ସିରିଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ବଡ଼ବିଲ ଇପିଏ ରୁ ସୀତାରାମ ଦୀକ୍ଷିତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.