କାର ସହ ଗଂଜେଇ ଜବତ, ତିନି ଗିରଫ

0 5

ସୁବର୍ଣ୍ଣପୁର : ସନ୍ଧ୍ୟା ସମୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଏକ ମାରୁତି ସୁଜୁକି ଅଲ୍ଟୋ କୁ ଅଟକାଇ ଯାଞ୍ଚ କରିବାରୁ ଗାଡ଼ିରେ ଗଂଜେଇ ଥିବା ଜଣାପଡିଥିଲା l ଗାଡି ନମ୍ବର OD 03 B5599 କୁ ଜବତ କରିବା ସହ ସୋନପୁର ର ଧରଣୀଧର ମାହାଣା (୭୦ ), ଛତିଶଗଡ଼ ର କାନ୍ତିଲାଲ ମଣ୍ଡବି, (୩୦ ), ଓ ଉମର ଖାନ ( ୪୧ ) କୁ ଗିରଫ କରିବା ସହ (୨୩ ) କିଲୋଗ୍ରାମ ଗଂଜେଇ ଜବତ କରାଯାଇଛି l ଗଂଜେଇ ର ହାରାହାରି ମୂଲ୍ୟ (୪୫) ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.