କାଳିଆ ଭକ୍ତ ର ଭାବ ବୁଝିଲେ

0 23

ପାତାଳୀ ରୁ ସ୍ବେଛାସେବୀ ଙ୍କ ସହାୟତା ରେ ବୃଦ୍ଧ ପୁରୀ ଶ୍ରୀକ୍ଷେତ୍ର ଗଲେ

ସୁବର୍ଣ୍ଣପୁର : କଥାରେ ଅଛି ଅଦମ୍ୟ ଇଚ୍ଛା ଶକ୍ତି ଓ ସମର୍ପଣ ଭାବ ଯେଉଁଠି ଥାଏ ଭଗବାନ ସେଇଠି ସହାୟ ହୁଅନ୍ତି, ବିରାଜମାନ ବି ହୁଅନ୍ତି l ଏକଥା ନାରଦ ଙ୍କ ପ୍ରଶ୍ନ ର ଉତ୍ତର ରେ ଭଗବାନ କହିଥିଲେ ଯେ, ମୁଁ କୌଣସି ମନ୍ଦିର ମସଜିଦ ରେ ନ ଥାଏ ଦୃଢ଼ ଇଚ୍ଛା ଶକ୍ତି, ସମର୍ପଣ ଭାବ ଥିବା ଭାବ ବିହ୍ଵଳ ଭକ୍ତ ପାଖରେ ମୁଁ ପହଂଚିଯାଇଥାଏ l ସେହିପରି ଏକ ଉଦାହରଣ ଦେଖିବାଜୁ ମିଳିଛି ସୁବର୍ଣ୍ଣପୁର ଜ଼ିଲ୍ଲା ରେ l ଯେଉଁ ଦିନ କି ସୁବର୍ଣ୍ଣପୁର ପାତାଳି ଶ୍ରୀକ୍ଷେତ୍ର ଠାରୁ ପୁରୀ ଶ୍ରୀକ୍ଷେତ୍ର କୁ ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ଏକ ନୂତନ ବସ ର ଶୁଭାରମ୍ଭ ହେଲା l ଭାରତ ଭ୍ରମଣ ରେ ବାହାରିଥିବା ମଧ୍ୟପ୍ରଦେଶ କଟନୀ ନିକଟସ୍ଥ ଛେଣ୍ଡିଗାଓଁ ର ଗଣେଶ ପାଣ୍ଡେ ନାମକ 64 ବର୍ଷୀୟ ଜଣେ ଭିନ୍ନକ୍ଷମ ଵୃଦ୍ଧା ଥକି ପଡିଥିଲେ l ଓ ସୁବର୍ଣ୍ଣପୁର ବୁଢାରଜା ୟୁଥ କ୍ଲବ ସମାଜସେବୀ ଙ୍କ ସହାୟତା ରେ ସେଠି ତିନି ଦିନ ବିଶ୍ରାମ ନେଇଥିଲେ l ଯିଏକି ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ ପାଈଁ ପ୍ରବଳ ଇଚ୍ଛା ସହ ଭାବ ବିହ୍ଵଳ ଓ ବ୍ୟାକୁଳ ହୋଇ ଉଠୁଥିଲେ l ଆଉ କୁତ୍ରିମ ଗୋଡ଼ ଲଗାଇ ଭାରତ ଭ୍ରମଣ ରେ ବାହାରିଥିବା ଶ୍ରୀ ପାଣ୍ଡେ ଙ୍କୁ ସତେ ଯେମିତି ସୁବର୍ଣ୍ଣପୁର ରୁ ହିଁ ଜଗନ୍ନାଥ ଙ୍କ ଡୋରି ଲାଗିଗଲା l ବୁଢାରଜା ୟୁଥ କ୍ଲବ ସଦସ୍ୟ ମାନେ ଏକ ଭଡା ଗାଡି କରି ପାତାଳି ଶ୍ରୀକ୍ଷେତ୍ର କୁ ବୃଦ୍ଧ ଭକ୍ତ ଙ୍କୁ ନେଇ ପହଞ୍ଚାଇ ଥିଲେ l ଯାହା ଦ୍ୱାରା କି ପାତାଳି ରୁ ପୁରୀ ଶ୍ରୀ କ୍ଷେତ୍ର ନୁଆଁ ବସ ର ଶୁଭାରମ୍ଭ ଦିନ ଏକ ନମ୍ବର ସିଟ ରେ ଶ୍ରୀ ପାଣ୍ଡେ ପୁରୀ ଯାତ୍ରା ର ସୁଯୋଗ ପାଇଥିଲେ l ପର୍ଯ୍ୟଟକ ବୃଦ୍ଧ ଶ୍ରୀ ଗଣେଶ ଙ୍କ ଇଚ୍ଛା ଶକ୍ତି, ଅନନ୍ୟ ଭକ୍ତି, ସମର୍ପଣ ଭାବ କୁ ଦେଖି ପାତାଳି ଶ୍ରୀ କ୍ଷେତ୍ର ରେ ଏହି ଶୁଭ ମୁହୂର୍ତ୍ତ ନୁଆଁ ବସ ଉଦଘାଟନୀ ଉତ୍ସଵ ରେ ଉପସ୍ଥିତ ଥିବା ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, କିଛି ଗଣ ମାଧ୍ୟମ, ଜ଼ିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ରବୀନ ପଟ୍ଟନାୟକ, ବିଭାଗୀୟ କର୍ମଚାରୀ, ବୁଢାରଜା କ୍ଲବ ସମାଜସେବୀ ଶିବଶଙ୍କର ନାଏକ, ଚିତ୍ତରଞ୍ଜନ ଭୋଇ, ଜିତେନ୍ଦ୍ର କୁମାର ଦାସ, ସନ୍ଦୀପ କୁମାର ସାହୁ, ଅରୁଣ ମେହେର, ସୂର୍ଯ୍ୟକାନ୍ତ ନାୟକ, ପ୍ରକାଶ ସିଂହ, ରାମଚନ୍ଦ୍ର ସ୍ୱାଇଁ, ସରୋଜ ନନ୍ଦ, ବଳରାମ ସା, ଶୁଭ୍ରାଂଶୁ ପରିଡା, ଜଗା ସେଠି, ବାଦଲ ସାହୁ, ଶୁଭମ ମହାରଣା, ପାତାଳି ଶ୍ରୀକ୍ଷେତ୍ର ପରିଚାଳନା କମିଟି ସଦସ୍ୟ,ଏ ଅଞ୍ଚଳ ବାସୀ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ l ଏବଂ ଭାରତ ଭ୍ରମଣ ଯାତ୍ରା ସଫଳ ପାଈଁ ବୃଦ୍ଧ ଙ୍କୁ ଶୁଭ କାମନା ଜଣାଇଥିଲେ l ଏ ଘଟଣା ଶୁଣି ଅନେକ ଭକ୍ତ, ବୁଦ୍ଧିଜୀବୀ ଚର୍ଚ୍ଚା କରୁଥିଲେ ପ୍ରଶ୍ନ ବି କରୁଥିଲେ ଯେ ଏ ଭିନ୍ନକ୍ଷମ ବୃଦ୍ଧ ରୂପରେ ଖୋଦ ପ୍ରଭୁ ଶ୍ରୀ ଜଗନ୍ନାଥ ବିଜେ କରିଥିଲେ କି ?

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.