କିନ୍ନରଙ୍କ ସହ ଶାରୀକ ସମ୍ପର୍କ ନେଇ ହତ୍ୟାକାଣ୍ଡ:ଯାଜପୁର ଏସ.ପି

0 34

ହତ୍ୟାକାଣ୍ଟର ରହସ୍ୟ ଖୋଲିବାରେ ପୁଲିସ କୃତ୍ୟକାର୍ଯ୍ୟ

ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଥାନା ସୋତି ଗାଁ ନିକଟରେ ଏକ ବ୍ରିଜ୍ ଉପରେ ଦୁଇ ଜଣଙ୍କ ମୃତଦେହ ରଖି ପଳାଇ ଯାଇଥିଲେ। ୩ ତାରିଖ ସକାଳେ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲା। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସାଇଣ୍ଟିଫିକ୍ ତଥ୍ୟ ଆଧାରରେ କେତେକ ଲୋକଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୁଲିସ। ଆଉ ତା’ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟାଇଛି। ଏହି ମାମଲାରେ ପୁଲିସ ଦୁଇ କିନ୍ନର ଓ ଜଣେ ନାବାଳକ ସମେତ ସତ୍ୟଜିତ ବେହେରା, ମନୋଜ ସାହୁ,ରାଜେନ୍ଦ୍ର ସାହୁ ଓ ମନୋଜ ବେହେରାଙ୍କୁ ହେପାଜତକୁ ନେଇଛି। ପଚରା ଉଚରା ପରେ ପୁଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନାବାଳକକୁ ଜୁଭେନାଇଲ ଜଷ୍ଟସ୍ ବୋର୍ଡରେ ହାଜର କରାଯାଇଛି। ଏନେଇ ଯାଜପୁର ଏସ୍‌ପି ରାହୁଲ ପିଆର୍ ସୂଚନା ଦେଇଛନ୍ତି । ଦୁଇ କିନ୍ନରଙ୍କ ସହିତ ଦୁଇ ଯୁବକଙ୍କ ଶାରୀରିକ ସମ୍ପର୍କ ପରେ ଏହାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ଆଉ ତା’ପରେ ଘଟିଥିଲା ହତ୍ୟାକାଣ୍ଡ। ସୂଚନାଯୋଗ୍ୟ- ଗତ ୨ ତାରିଖ ରାତିରେ ପାଣିକୋଇଲି ଥାନା ଜହ୍ନା ଗାଁର ବିଜୟ ସାହୁ ଓ ମାନସ ଦାସ, ଦୁଇ ଜଣ କିନ୍ନିରଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ କିନ୍ନରମାନେ ଫୋନ୍ କରି ଭଦ୍ରକରୁ ସତ୍ୟଜିତ ବେହେରା, ମନୋଜ ସାହୁ, ରାଜେନ୍ଦ୍ର ସାହୁ, ମନୋଜ ବେହେରା ଓ ଜଣେ ନାବାଳକଙ୍କୁ ଡକାଇଥିଲେ। ସେମାନେ ସଙ୍ଗବଦ୍ଧ ଭାବେ ବିଜୟ ଓ ମାନସଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଯାହାଫଳରେ ସେମାନଙ୍କର ମୃତ୍ୟୁ ହୋଇଥିଲେ। ପରେ ଧରାପଡ଼ିଯିବା ଭୟରେ ସେମାନେ ଏହାକୁ ହତ୍ୟାର ରୂପ ଦେଇଥିଲେ।ବିଜୟ ଓ ମାନସଙ୍କ ମୃତଦେହକୁ ଆଣି ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଥାନା ସୋତି ଗାଁ ନିକଟରେ ଏକ ବ୍ରିଜ୍ ଉପରେ ରଖି ପଳାଇ ଯାଇଥିଲେ। ୩ ତାରିଖ ସକାଳେ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲା। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପାରିପାର୍ଶ୍ୱିକ ସ୍ଥିତି ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏହା ଏକ ସଡ଼କ ଦୁର୍ଘଟଣା ନୁହେଁ ବୋଲି ଜାଣିବାକୁ ପାଇଥିଲା। ପରେ ଅନ୍ୟାନ୍ୟ ଦିଗ ଉପରେ ଆଖି ପକାଇଥିଲା ପୁଲିସ। ପୁଲିସ ନିକଟରେ ଏବଂ ଗଣମାଧ୍ୟମରେ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ବିଜୟ ନିକଟସ୍ଥ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଗତ ରାତିରେ ପୁଅ ଘରୁ କୁଆଡେ ଯାଇଥିବା ବେଳେ ଆଉ ଘରକୁ ଫେରି ନ ଥିଲା। ଯୁବତୀଙ୍କ ପରିବାର ଲୋକ ଆକ୍ରୋଶ ରଖି ତାଙ୍କୁ ଡକାଇଥିବା ପରିବାର ଲୋକ କହିଛନ୍ତି। ଏହାପରେ ତାଙ୍କୁ ଅନ୍ୟତ୍ର ହତ୍ୟା କରି ଜାତୀୟ ରାଜପଥରେ ମୃତଦେହ ଫୋପାଡ଼ି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ପୁଲିସ୍‌ ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଇ ତଦନ୍ତ ଆରମ୍ଭ କରିଛି।

ଯାଜପୁର ଜିଲ୍ଲା ଗଣିଆ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.