କୁଶଭଦ୍ରା ନଦୀ ରେ ବୁଡ଼ି ବିଟେକ ଛାତ୍ର ଙ୍କ ମୃତ୍ୟୁ

0 6

ପୁରୀ ଜିଲ୍ଲା ଗୋପ ବ୍ଲକ ବଣିଆସାହି ନିକଟ କୁଶଭଦ୍ରା ନଦୀ ରେ ଜଣେ ଯୁବକ ଙ୍କ ମୃତ୍ୟୁ । ମୃତ୍ୟୁକ ଯୁବକ ହେଉଛନ୍ତି ଜଗତସିଂହପୁର ଅଞ୍ଚଳ ର ବାପି ଦାସ (୩୨) ବର୍ଷ ବୋଲି ଜଣାପଡିଛି । ଏହି ଯୁବକ ଜଣଙ୍କ ତା’ର ଜଣେ ସାଙ୍ଗ ଘରକୁ ବୁଲି ଆସିଥିବା ବେଳେ ଅପରାହ୍ନରେ ସାଙ୍ଗ ମାନଙ୍କ ସହିତ କୁଶଭଦ୍ରା ନଦୀ କୁ ଗାଧେଇ ଯାଇଥିଲେ । ମାତ୍ର ଏହି ଯୁବକ ଜଣଙ୍କ ଅଥଳ ନଦୀ ଜଳ କୁ ଯାଇ ବୁଡି ଯାଇଥିବା ସୂଚନା ରହିଛି। ପରେ ସ୍ଥାନୀୟ ଲୋକମାନେ ନିକଟସ୍ଥ ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ଦୀର୍ଘ ୧ ଘଣ୍ଟା ଧରି ପାଣି ଭିତରେ ଖୋଜି ମଧ୍ୟ ପାଇ ନ ଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତା ଖୋଜାଖୋଜି ପରେ ମୃତ ଦେହ ଉଦ୍ଧାର ହୋଇ ଥିଲା। ପାଣି ଭିତରୁ ନିଖୋଜ ବାପି ଦାସ କୁ ଉନ୍ଧାର କରି ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣାଯିବା ପରେ ତାଙ୍କୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପାଣିରେ ବୁଡି ମୃତ୍ୟୁ ଘଟଣା କୁ ନେଇ ଗୋପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି,ଗୋପ ପୋଲିସ ଖବର ପାଇଁ ଶବ ଜବତ କରି ତଦନ୍ତ ଚଳାଇଛନ୍ତି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.