କୋଣାର୍କ କୁ ବିଶ୍ୱ ସ୍ଥରୀୟ ରୂପରେଖ ଦେବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ
ଓଡିଶା ର ପର୍ଯ୍ୟଟନ ଶିଳ୍ପ କୁ ଆଉ ପାଦେ ଆଗକୁ ନେବାକୁ ଏବଂ ବିଶ୍ୱ ପ୍ରସିଦ୍ଧ କୋଣାର୍କ କୁ ପର୍ଯ୍ୟଟକ ଙ୍କ ଆଗମନ କୁ ଆଖିରେ ରଖି, ସରକାର କୋଣାର୍କ ବାଲୁଖଣ୍ଡରୁ 75ଏକର ଜମି ଇଡ଼କୋ କୁ ହସ୍ତାନ୍ତର କରି ପର୍ଯ୍ୟଟନ ପ୍ରକଳ୍ପ ପାଇଁ କାର୍ଯ୍ୟ ସମ୍ପାଦନ କରିବା କୁ ନିଷ୍ପତ୍ତି ନେଇଥିବା ବେଳେ ସରକାର ଙ୍କ ଏହି ନିଷ୍ପତ୍ତି କୁ ବିରୋଧ କରାଯାଇଚି। ପର୍ଯ୍ୟଟନ କ୍ଷେତ୍ର ର ବିକାଶ ପାଇଁ ସରକାର ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରୁ 75 ଏକର ର ଜମି ଟେକି ଦେଇଛନ୍ତି ଇଡ଼କୋ ହାତକୁ,ଯେଉଁ ଅଭ୍ୟାୟାରଣ୍ୟ ରୁ କଟାଯିବ 60 ହଜାର ରୁ ଉର୍ଦ୍ଧ୍ବ ବହୁ ମୂଲ୍ୟବାନ ଝାଉଁ ଏବଂ ଅନ୍ୟାନ୍ୟ ପ୍ରଜାତି ର ଗଛ।ବାସହରା ହେବେ ଲକ୍ଷ ଲକ୍ଷ ସଂଖ୍ୟା ରେ ଜଙ୍ଗଲୀ ପ୍ରାଣୀ, ଏବଂ ବିଗିଡିବ ପ୍ରାକୃତିକ ପରିବେଶ ର ସନ୍ତୁଳନ।ଯେଉଁ ବିରଳ ପ୍ରଜାତିର ମୃଗ ମାନଙ୍କ ପାଇଁ ବାଲୁଖଣ୍ଡ ଅଭ୍ୟାୟାରଣ୍ୟ ଦିନେ ପ୍ରସିଦ୍ଧ ଥିଲା ସେହି ମୃଗ ଙ୍କ ଠିକଣା ର ରହିବନି ଚିହ୍ନବର୍ଣ।ବାତ୍ୟା, ବନ୍ୟା ତଥା ସୁନାମି ର ଭୟରୁ ରକ୍ଷ୍ୟା ଦେଉଥିବା ବାଲୁଖଣ୍ଡ ଅଭ୍ୟାୟାରଣ୍ୟ ଆଜି ନଷ୍ଟହେବାକୁ ଯାଉଛି। କୋଣାର୍କ ଅଞ୍ଚଳବାସୀ ଙ୍କ ପାଇଁ କାଳ ମାଡିଆସୁଥିବା କୁ ନେଇ ବିରୋଧ ସ୍ୱର ଉଠିଛି ବିଭିନ୍ନ ସଂଗଠନ ତରଫରୁ ।
ବାଲୁଖଣ୍ଡ ଅଭ୍ୟାୟାରଣ୍ୟ ଓ ଏହା ଭିତରେ ଥିବା ଏହି ଗଛ ଲତା ସବୁ ସାମୁଦ୍ରିକ ଝଡ ଝଞ୍ଜା ଠାରୁ ରକ୍ଷା କରି ଆସୁଥିଲେ କୋଣାର୍କ ସୂର୍ଯ୍ୟ ମନ୍ଦିର କୁ । ମାତ୍ର ରାଜ୍ୟ ଓ କେନ୍ଦ୍ର ସରକାର ଏହି ଜମି କୁ ଇଡ଼କୋ ହାତକୁ ଟେକିଦେଇ କୋଣାର୍କ ପାଇଁ ନୂଆ ବିପଦ କୁ ଆମନ୍ତ୍ରଣ କରିଛନ୍ତି।ଜମି ବି ଯିବ, ଗଛ ବି କଟିବ,ସନ୍ତୁଳନ ହରାଇ ବିଗିଡିବ ପରିବେଶ ଓ ପାଣିପାଗ, ପ୍ରକୃତିର ଦାନ ସ୍ୱରୂପ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର କୁ କାହିଁ କେଉଁ କାଳରୁ ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷା କରି ଆସୁଥିବା ବାଲିବନ୍ତ ପୂର୍ବରୁ ଖୋଳା ହୋଇଯାଇଥିବା ବେଳେ ଯେଉଁ ଗଛ ଦିନେ ବଡ଼ ବଡ଼ ବିପଦ ଏବଂ ସମୁଦ୍ର ର ଲୁଣି ପବନ ରୁ ସୂର୍ଯ୍ୟ ମନ୍ଦିର କୁ ରକ୍ଷା କରି ଆସୁଥିଲା ସେହି ସୂର୍ଯ୍ୟ ମନ୍ଦିର ର ଅଵସ୍ଥା ଆଗମୀ ଦିନରେ କଣ ହେବ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ ?ପୂର୍ବରୁ ଅନେକ ବାତ୍ୟା କୁ ସମ୍ମୁଖୀନ କରିଥିବା।ଏହି ଅଭ୍ୟାୟାରଣ୍ୟ ଯଦି କଟାଯାଏ ତେବେ ଆଗାମୀ ଭବିଷ୍ୟତରେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସେ ସମୁଦ୍ର ଗର୍ଭରେ କୋଣାର୍କ ବିଲୀନ ହେବାର ଆଶଙ୍କା ସୃଷ୍ଟି ହୋଇଛି।ତେବେ ଇଡ଼କୋ କୁ ଜମି ହସ୍ତାନ୍ତର ପରେ ଆଜି ଠାରୁ ପ୍ରଶାସନ ପକ୍ଷରୁ ଗଛ କାଟିବା ପାଇଁ ଗଛ ଚିହ୍ନଟ ଓ ନମ୍ବର ପ୍ରକ୍ରିୟା ଆରମ୍ଭ ହୋଇଛି।ଯାହାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଇଛି। । ଶତାଧିକ ମହିଳା ଓ ପୁରୁଷ ସେଠାରେ ପ୍ରତ୍ୟେକ ବୃକ୍ଷ କୁ ଧରି ଦେଇଥିଲେ ଚେତାବନୀ। ଯଦି ସରକାର ଏହି ନିଷ୍ପତ୍ତି କୁ ରଦ୍ଦ ନକରନ୍ତି।ତାହାଲେ ମୁଖ୍ୟମନ୍ତ୍ରୀ ଭବନ ସହ ହାଇକୋର୍ଟ ର ଦ୍ବାରସ୍ଥ ହେବେ କହିଛନ୍ତି ପରିବେଶ ପ୍ରେମୀ ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )