କୋଣାର୍କ ସୂର୍ଯ୍ୟ ମନ୍ଦିର ସମୁଖରୁ ସାଇକେଲ ଶୋଭାଯାତ୍ରା

0 7

ଦିନକ ପୂର୍ବରୁ କୋଣାର୍କ ଉତ୍ସବକୁ ଶରସ ସୁନ୍ଦର କରିବା ପାଇଁ କୋଣାର୍କ ପ୍ରେସ୍ କ୍ଲବ ପକ୍ଷରୁ ସାଇକେଲ ଶୋଭାଯାତ୍ରା କରାଯାଇଛି। ହାତରେ ପରିବେଶ ପ୍ରଦୂଷଣ ରୁ ରକ୍ଷ୍ୟା ପାଇଁ ବିଭିନ୍ନ ପ୍ରକାର କାର୍ଡ ଧରି କୋଣାର୍କର ଛାତ୍ରଛାତ୍ରୀମାନେ କୋଣାର୍କ ବଞ୍ଚାଅ, ସାଇକେଲ ଚଲାଅ, ନାରାଦେଇ ସୂର୍ଯ୍ୟ ମନ୍ଦିର ସମୁଖରୁ ବାହାରି କୋଣାର୍କ ବଜାର ପରିକ୍ରମା ସହ ଚନ୍ଦ୍ରଭାଗା ଦେଇ ରାମଚଣ୍ଡୀ ଠାରେ ପହଞ୍ଚିଥିଲେ। ସେଠାରେ ବୃକ୍ଷ ହିଁ ଜୀବନ, କୋଣାର୍କ କୁ କିପରି ପନିଥିନୀ ମୃକ୍ତ କରିବା ପରିବେଶ ପ୍ରଦୂଷଣ ରୁ ରକ୍ଷା କରିବା ଦିଗରେ ଆଲୋଚନା କରାଯାଇଥିଲା।

ଏଥିରେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚର ଅଧିକାରୀ ଅମୟ କୁମାର ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଗୋପ ମେଡିକାଲ ଅଧିକାରୀଣୀ ସହ କୋଣାର୍କ ANC ଅଧିକାରୀ, କୋଣାର୍କ ଥାନା ଅଧିକାରୀ ସମେତ କୋଣାର୍କ ବୁଧିଜିବୀ ଯୋଗଦେଇଥିଲେ। ସମସ୍ତ ସ୍କୁଲ ର ଛାତ୍ରଛାତ୍ରୀ ଏବେଠାରୁ କିପରି କୋଣାର୍କକୁ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କରିବେ ସପତ ପାଠ କରିଥିବା ବେଳେ।ଅନ୍ୟ ପଟେ କୋଣାର୍କ ଉତ୍ସବ ବୁଲି ଆସୁଥିବା ପର୍ଯଟକ ଏହି ସାଇକେଲ ଶୋଭାଯାତ୍ରାରୁ ପରିବେଶ ପ୍ରଦୂଷଣ ରୋକିବା ପାଇଁ ଶିକ୍ଷା ପାଇବା ସହ କୋଣାର୍କ ର ପରିବେଶ ସୁରକ୍ଷା ଆମର ଦାଇତ୍ଵ ବୋଲି କୁହନ୍ତି। ମୁକ୍ତାକାଶ ରଙ୍ଗମଞ୍ଚର ଅଧିକାରୀ ଅମୟ କୁମାର ସେଠୀ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଏବଂ ତାରକେଶ୍ୱର ବରାଳ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.