କରୋନା ମହାମାରୀ ରେ ୧୮ମାସ ବନ୍ଦ ରହିଥିଲା ସମସ୍ତ ସ୍କୁଲ୍, ସରକାର ଙ୍କ ଘୋଷଣା କରିବା ପରେ ଆଜି ଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଗୃହ ପାଠପଢ଼ା ହୋଇଥିବା ରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସି ଦେଖି ବାକୁ ମିଳିଥିଲା । ପିଲା ମାନେ ଦିନ ୯ଟା ରେ ବିଦ୍ୟାଳୟ କୁ ଯାଇଥିଲେ । ଶିକ୍ଷକ ମାନେ ପିଲା ମାନଙ୍କୁ ସ୍ବାଗତ କରିଛନ୍ତି । କରୋନା ମହାମାରୀ ରେ ସମସ୍ତ ସ୍କୁଲ୍ ବନ୍ଦ ସମୟରେ ବେସରକାରୀ ସ୍କୁଲ୍ ରୁ ସମସ୍ତ ପିଲା ସରକାର ବିଦ୍ୟାଳୟ ରେ ନାମଲେଖାଇ ଥିବା ର ଖବର ମିଳିଛି । ପ୍ରାଇଭେଟ ସ୍କୁଲ୍ ରେ ପିଲା ନାହାନ୍ତି । ଚିନ୍ତା ରେ ଅଛନ୍ତି ପ୍ରାଇଭେଟ ସ୍କୁଲ୍ ର ମାଲିକ, ସରକାର ସମସ୍ତ ଙ୍କ ପାଇଁ ମାଳମାଳ ଯୋଜନା କରୁଛନ୍ତି ।ବେସରକାରୀ ବିଦ୍ୟାଳୟ ପ୍ରତି ସରକାର ଦୃଷ୍ଟି ଦେବା ପାଇଁ ସାଧାରଣ ରେ ଦାବୀ ।।
ରଣପୁର ରୁ ବାଳକୃଷ୍ଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )