ଗଜପତି ଜିଲ୍ଲା ପ୍ରଶାସନର ନ୍ୟାୟ ଅପେକ୍ଷାରେ ଉପଲଡା ଗ୍ରାମ ହରିଜନ ସାହିର ମେରେକା ରାଓଙ୍କ ପରିବାର ?

0 106

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଉପଲଡା ଗ୍ରାମରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବେଆଇନ ଭାବେ ହସ୍ତକ୍ଷେପ ଓ ଦାଦାଗିରି ଯୋଗୁଁ ସାଧାରଣ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ସେମାନଙ୍କ ପାଦୁର୍ଭାବ ଏତେ ମାତ୍ରାରେ ବଢିଯାଇଛି ଯେ ସେମାନଙ୍କ ବିରୋଧରେ ବିଭାଗୀୟ କତ୍ତୃପକ୍ଷଙ୍କ ନିକଟରେ ନ୍ୟାୟ ପ୍ରଦାନ କରିବା ଅଭିଯୋଗ କଲେବି ସୁଫଳ ମିଳୁନାହିଁ । ଏପରିକି ବିଭାଗୀୟ କର୍ତ୍ତୃପକ୍ଷ ବାସ୍ତବ ସ୍ଥିତି ବିଷୟରେ ଅବଗତ ରହିଥିଲେ ସୁଦ୍ଧା ନଜାଣିବା ଭଳି ଅଭିନୟ କରିବାରେ ଲାଗିଛନ୍ତି । ଯାହାଫଳରେ ପ୍ରଶାସନ ଉପରେ ସାଧାରଣ ଜନତାଙ୍କ ବିଶ୍ୱାସ ହଟିବାରେ ଲାଗିଛି । ଏପରି ଏକ ଘଟଣା ପାରଳାଖେମୁଣ୍ଡି ତହସିଲ ଉପଲଡା ଗ୍ରାମ ହରିଜନ ସାହିରେ ଘଟିଛି । ଉପଲଡା ହରିଜନ ସାହିରେ ମେରେକା ଆପ୍ପାରାଓ ନାମକ ଜଣେ ବ୍ୟକ୍ତି ତାଙ୍କର ପତ୍ନି,ଦୁଇ ଝିଅ ଓ ଜଣେ ଦିବ୍ୟାଙ୍ଗ ପୁତ୍ରଙ୍କ ସହ ନିଜ ଘରେ ରହୁଛନ୍ତି । ଶ୍ରୀ ଆପ୍ପାରାଓ ନିଜର ଯେଉଁ ଘରେ ରହୁଛନ୍ତି ତାକୁ ଲାଗିକି ସମ୍ମୁଖ ଭାଗରେ ତାଙ୍କ ଜାଗା ରହିଛି । କିଛି ପ୍ରଭାବଶାଳୀ ବ୍ୟକ୍ତି ଉକ୍ତ ସମ୍ମୁଖ ଭାଗରେ ଥିବା ଜାଗାକୁ ଜବରଦଖଲ କରି ଫାଉଣ୍ଡେସନ ନିର୍ମାଣ କରି ଦେଇ ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ କି ସେମାନେ ଘର ବାହାରକୁ ଯିବାକୁ ରାସ୍ତା ନାହିଁ ।ସେଥିଯୋଗୁଁ ମେରେକା ରାଓଙ୍କ ପରିବାର ଏକ ପ୍ରକାର ବନ୍ଦୀ ଅବସ୍ଥାରେ ରହୁଛନ୍ତି ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।ଏହାସହ ବର୍ଷାହେଲେ ପାଣି ଜମା ହେଇଯାଉଛି ବୋଲି ଶ୍ରୀ ରାଓ ପରିବାର ଅଭିଯୋଗ କରିଛନ୍ତି । ସେମାନେ ଏବିଷୟରେ ଉପଲଡା ରାଜସ୍ୱ ନୀରିକ୍ଷକ,ପାରଳାଖେମୁଣ୍ଡି ତହସିଲଦାର,ଗୁରାଣ୍ଡି ଥାନା ଓ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି । ଏପରିକି ତହସିଲ କାର୍ଯ୍ୟାଳୟ ତରଫରୁ ଯେଉଁ ରେକର୍ଡ ପ୍ରଦାନ କରାଯାଇଛି ତାହା ଶ୍ରୀ ରାଓଙ୍କ ବୋଲି ଉଲ୍ଲେଖ ରହିଛ । କିନ୍ତୁ କିଛି ପ୍ରଭାବଶାଳୀ ବ୍ୟକ୍ତି ତାଙ୍କସହ ଗଣ୍ଡଗୋଳ କରି ଆକ୍ରମଣ କରିଛନ୍ତି । ଏହି ଘଟଣା ସମ୍ପର୍କରେ ଉପଲଡା ରାଜସ୍ୱ ନୀରିକ୍ଷକ,ପାରଳାଖେମୁଣ୍ଡି ତହସିଲଦାର,ଗୁରାଣ୍ଡି ଥାନାରେ ନ୍ୟାୟ ପାଇବା ପାଇଁ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଚାପର ବଶବର୍ତ୍ତି ହୋଇ ତାଙ୍କ ସମସ୍ୟାର ଦୂର କରିବାରେ ଦୀର୍ଘଦିନ ହେଲା ଜାଣିଶୁଣି ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।ଏ ସମ୍ପର୍କରେ ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣାଙ୍କୁ ପଚାରିବାରୁ ଗଣମାଧ୍ୟମ ଜରିଆରେ ଏହି ବିଷୟଟି ମୋ ନଜରକୁ ଆସିଛି ଏବଂ ସେ ବିଷୟରେ ଅନୁଧ୍ୟାନ କଲାପରେ ନିଶ୍ଚିତ ଭାବେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଗଜପତି ଇପିଏ ରୁ ଦିଲୀପ ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.