ଗଜପତି ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୨୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ, ଡାକ୍ତର ଏନ ରବିବାବୁ ଓ ରକ୍ତ ଭଣ୍ଡାରର ଅଧିକାରୀ ଖଗେଶ୍ୱର ବେହେରା ଉପସ୍ଥିତ ରହି ପରିଚାଳନା କରିଥିଲେ ।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ୧୦୮ ଆମ୍ବୁଲାନ୍ସ ପରିଚାଳକ ପ୍ରଦୀପ କୁମାର ରାମଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଚଳିତ ଥରକୁ ମିଶାଇ ଲଗାତାର ୮ବର୍ଷ ହେଲା ୧୦୮ଆମ୍ବୁଲାନ୍ସ କର୍ମଚାରୀଙ୍କ ଦ୍ୱାରା ରକ୍ତଦାନ ଶିବିର କରାଯାଇଛି । ୧୦୮ଆମ୍ବୁଲାନ୍ସ କର୍ମଚାରୀଙ୍କ ଏହି ମହତ୍ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।
ଗଜପତି ଇପିଏ ରୁ ଦିଲୀପ ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )