ପାଇକମାଳ :- ବରଗଡ଼ ଜିଲ୍ଲାର ପାଇକମାଳ ନୃସିଂହନାଥ ସ୍ଥିତ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ଆରାଧ୍ୟ ଅଧିଷ୍ଠାତ୍ରୀ ଦେବୀ ମାଁ ଦୁର୍ଗେଇ ଦେବୀ ପୂଜା ମହୋତ୍ସବ ସଂପନ୍ନ ହୋଇଛି।ପାଇକମାଳ ଠାରୁ ମନଭଙ୍ଗ ଡ୍ୟାମ୍ ରୁ ଦୁର୍ଗମ ପାହାଡ ରାସ୍ତାରେ ପ୍ରାୟ ୫କି.ମି. ଦେଇ ଯିବାକୁ ପଡ଼େ ଏହି ମାଁ ଙ୍କ ପୀଠ।ଆବାଳ ବୃଦ୍ଧବନିତା,ମହିଳାପୁରୁଷ,ବାଳକ ବାଳିକା ସମସ୍ତେ ଏଠାକୁ ନିଜ ନିଜ ମନସ୍କାମନା ପୂର୍ଣ୍ଣ ନିମନ୍ତେ ନିଜ ନିଜ ଅନୁସାରେ ଭୋଗ ଅର୍ପଣ କରନ୍ତି।
ପ୍ରତେକ ବର୍ଷ ମାର୍ଗଶିର କୃଷ୍ଣ ପକ୍ଷ ତିଥିରେ ଦୀର୍ଘ ଦୁଇଦିନ ଧରି ମାଁ ପୂଜା ଅନୁଷ୍ଠିତ ହୋଇଥାଏ।ପ୍ରବଳ ଶୀତ ଅନୁଭୂତି ସତ୍ତ୍ଵେ ହଜାର ହଜାର ସଂଖ୍ୟାରେ ମାଁ ଦର୍ଶନ ଆଶୀର୍ବାଦ ଲଭିଛନ୍ତି।ପଡୋଶୀ ଛତିଶଗଡ଼ ରାଜ୍ୟ ସମେତ ବରଗଡ଼,ବଲାଙ୍ଗୀର,ନୂଆପଡ଼ା,କଲାହାଣ୍ଡି,ସମ୍ବଲପୁର ଆଦି ଜିଲ୍ଲାରୁ ଭକ୍ତ ମାନେ ଆସିଥାନ୍ତି।ଏହି ପାହାଡ଼ ରାସ୍ତା ଦେଇଗଲେ ମନଭଙ୍ଗ ଡ୍ୟାମର ମନୋରମ ଦୃଶ୍ୟ ଭକ୍ତଙ୍କୁ ଆକୃଷ୍ଟ କରୁଥିବା ବେଳେ ଗନ୍ଧମାର୍ଦ୍ଧନ ପାହାଡ଼ର ସୁଶୋଭିତ ଦୃଶ୍ୟ,ପୌରଣିକ କିମ୍ବଦନ୍ତୀ ଗୁମ୍ଫା, ଦୁର୍ଗ ଦେଖି ଆକୃଷ୍ଟ କରିଥାଏ।ମାଁ ଙ୍କ ଯାତ୍ରା ପାଳନ ନିମନ୍ତେ ଏକ ପରିଚାଳନା କମିଟି ରହିଛି। ଏ ଅବସରରେ ଆମେ ଆସିଥିବା ଭକ୍ତ ସମେତ କମିଟିର ପଦାଧିକାରୀଙ୍କୁ ଭେଟିଥିଲୁ। ପରିଚାଳନା କମିଟି ସଭାପତି ମଧୁସୂଦନ ପାଣ୍ଡେ ଯାତ୍ରା ସମ୍ପନ୍ନରେ ସମସ୍ତ ସହଯୋଗ ରହିଥିବାରୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି।
ପାଇକମାଳ ଇପିଏ ରୁ ଧିରେନ ମହାନ୍ତି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )