ଗର୍ଭବତୀ ସବିତା ଙ୍କୁ ଉଦ୍ଧାର କରାଗଲା
ସମଗ୍ର ଓଡ଼ିଶା ରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ବେଳେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ପାଇକମାଲ ବ୍ଳକ ର ଧୂମାଭଟା ଗ୍ରାମରେ ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି lସକାଳ ୬ ଘଣ୍ଟା ସମୟରେ ନିତିଦିନିଆ ଜୀବନରେ ଦୂଆରମୁହଁ, ଘର ଅଗଣାରେ ୮ ମାସର ଗର୍ଭବତୀ ମହିଳା ଶ୍ରୀମତୀ ସବିତା କରାହି ସ୍ୱାମୀ ହେମାଞ୍ଚନ କରାହି ଝାଡୁ ମାରୁଥିବା ସମୟରେ ତାଙ୍କ ଉପରେ ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ କାନ୍ଥ ତଳେ ଅଧଘଣ୍ଟା କାଳ ଜୀବନ ମୃତ୍ୟୁ ସହ ସଂଗ୍ରାମ ଚାଲିଥିବାବେଳେ,କାନ୍ଥ ପଡ଼ିବାର ଶବ୍ଦ ଶୁଣି ପଡୋଶୀ ମାନେ ଆସି ସବିତା କୁ ଖୋଜାଖୋଜି କଲାବେଳେ ଜଣେ ସବିତା ପିନ୍ଧି ଥିବା ଶାଢ଼ି ର କିଛି ଅଂଶ ଦେଖିବାକୁ ପାଇଲାପରେ ତତକ୍ଷଣାତ୍ ସମସ୍ତେ ମିଶି ପଡିଥବା କାନ୍ଥ ଭିତରୁ ବହୁ କଷ୍ଟରେ ଗର୍ଭବତୀ ସବିତା କରାହି ଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ lହେଲେ କାନ୍ଥ ପଡିଯିବାରୁ ଚାଷକାର୍ଯ୍ୟ ରେ ନିୟୋଜିତ ପାଇଁ ପୋଷିଥିବା ଗୃହ ପାଳିତ ବଳଦ ଦୁଇଗୋଟି ରୁ ଗୋଟାଏ ବଳଦ ଉପରେ କାନ୍ଥ ପଡିଯିବା ଫଳରେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛି lସବିତା ୮ ମାସର ଗର୍ଭବତୀ lଏ ପରିସ୍ଥିତି ରେ ସରକାରୀ ଆମ୍ବୁଲାନ୍ସ ଯୋଗେ ସବିତା କୁ ପଦ୍ମପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା l
ମୁଣ୍ଡରେ ଗଭୀର ଆଘାତ ହୋଇଥିବାରୁ ଷ୍ଟିଜ ସହ ବ୍ୟାଣ୍ଡେଜ କରାଯାଇଛି l ଘଟଣା ସମ୍ପର୍କରେ ଖବରପାଇ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ରେ କାର୍ଯ୍ୟରତ ଡାକ୍ତର ସୁଦିପ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଗର୍ଭବତୀ ଙ୍କ ଭଲମନ୍ଦ ପଚରା ଉଚୁରା କରିଥିଲେ, ଏବଂ କିଛି ସ୍ୱାସ୍ଥ୍ୟ ଜନିତ ଅସୁବିଧା ଯଦି ଦେଖାଦିଏ ତେବେ କାଳବିଳମ୍ବ ନକରି ଅତିଶିଘ୍ର ମୋ ପାଖକୁ ଫୋନ କରିବ ବୋଲି ଆଶ୍ୱାସନା ଦେବା ସଙ୍ଗେ ସଙ୍ଗେ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ କରିବାକୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି lଡଃ ସାହୁ ଲୋକ ଙ୍କ ଅସୁବିଧା ସମୟ ରେ ଖବର ପାଇଲା ପରେ କାଳବିଳମ୍ବ ନକରି ହଠାତ ସେଇ ଯାଗାରେ ପହଞ୍ଚି ସାହାଯ୍ୟ ସହାନୁଭୂତି ପ୍ରଦର୍ଶନ କରିଚାଲିଛନ୍ତି lଏ ପରିକି ବିଗତ ଦିନ ମାନଙ୍କରେ ମହାମାରୀ କରୋନା ରେ ପିଡିତ ହୋଇ ମୃତ୍ୟୁ ବରଣ କରିଥିବା ଅନେକ ଶବକୁ ଶବଦାହ କରି ସମାଜସେବା କ୍ଷେତ୍ରରେ ବେଶ ଉଦାହରଣ ସୃଷ୍ଟି କରିଛନ୍ତି lଆସନ୍ତାକାଲି ଆହତ ଗର୍ଭବତୀ ସବିତାଙ୍କୁ ବରଗଡ଼ ଜିଲ୍ଲା ସଦର ଡାକ୍ତରଖାନାକୁ ପରୀକ୍ଷା ନିରୀକ୍ଷା ପାଇଁ ଡଃ ସାହୁ ନେବେ ବୋଲି ସବିତା ର ଶ୍ୱଶୁର ଭଜ କରାହି ଆମ ପ୍ରତିନିଧି ଙ୍କୁ ଜଣାଇଛନ୍ତି l
ପଦ୍ମପୁର ଇପିଏ ରୁନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )