ଗୁଡ଼ି ସୁତା ଲାଗି ଯୁବକ ମୃତ
ଦୁଇ ଦିନରେ ଜଣେ ଦୋକାନୀ ଗିରଫ
ଗୁଡ଼ି ଉଡା କୁ ବ୍ୟାନ କରିବାକୁ ଦାବି
ମୃତ ଯୁବକ ଜଣକ ହେଲେ ଜୟନ୍ତ ସାମଲ। ତାଙ୍କ ଘର ସ୍ଥାନୀୟ ଭୟରପୁର ଠାରେ। ମାତ୍ର ଛ’ ମାସ ତଳେ ବିବାହ କରିଥିବା ଏହି ଦମ୍ପତି ,ଦୁଇଦିନ ତଳେ ୪ଟା ବେଳେ ଜୟନ୍ତ ନିଜ ବାଇକ ଯୋଗେ ତାଙ୍କ ସ୍ତ୍ରୀଙ୍କ ସହ କଟକକୁ ମାର୍କେଟିଂ ପାଇଁ ଯାଉଥିଲେ। ପୀରବଜାର ଠାରେ ଗୁଡି ଉଡ଼ାଇବା ପାଇଁ ବ୍ୟବହାର କରାଯାଉଥିବା ବେଆଇନ ମାଞ୍ଜା ସୂତା ତାଙ୍କ ବେକରେ ଗୁଡେଇ ହୋଇଥିଲା। ସୂତାଟି ଅତି ଧାରୁଆ ଥିବାରୁ ସେଥିରେ ତାଙ୍କ ବେକ କଟି ଯାଇଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଭୁବନେଶ୍ୱର ଇପିଏ ରୁ ବିରୁ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )