ଗୃହ ରାଜ୍ୟ ମନ୍ତ୍ରୀ ଙ୍କ ବହିଷ୍କାର, ଏସ ଆଇ ଟି ତଦନ୍ତ ଦାବୀ ରେ ବିକ୍ଷୋଭ

0 16

ପୁରୀ : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଠାରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ରେ ଶିକ୍ଷକତା କରୁଥିବା ମମିତା ମେହେର ସେଇ ଅନୁଷ୍ଠାନ ମାଲିକ ଦ୍ୱାରା ଜଘନ୍ୟ ହତ୍ୟା ର ଶିକାର ହୋଇ ମୃତ୍ୟୁ ବରଣ କରିବା ଘଟଣା ରେ ରାଜ୍ୟ ର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ କେତେକ ମନ୍ତ୍ରୀ ଙ୍କ ସମ୍ପୃକ୍ତି ଥିବାର ଅଭିଯୋଗ ଆଇନି ଶୃଙ୍ଖଳା କୁ ଅଙ୍ଗୁଳି ନିର୍ଦେଶ କରୁଛି. ଲୋମହର୍ଷଣ କାରି, ସୁପରିକଳ୍ପିତ ହତ୍ୟା କାଣ୍ଡ ସହ ପୋଲିସ ହାଜତ ମୃତ୍ୟୁ, ଦଳିତ ଅତ୍ୟାଚାର ଓ ନିର୍ଯାତନା ନବୀନ ବାବୁ ଙ୍କ ଶାସନ ରେ ବଢିଛି. ଶାସକ ଦଳ ର ନେତା, ମନ୍ତ୍ରୀ ଙ୍କ ପ୍ରରୋଚନା ଓ ସାହାଯ୍ୟ ସମର୍ଥନ ଯୋଗୁଁ ପୋଲିସ ନିଷ୍କ୍ରିୟ.ବୋଲି ସି ପି ଆଇ ଏମ ଅଭିଯୋଗ କରିଛି. ଆଜି ପୁରୀ ଜିଲ୍ଲା ପାଳ ଙ୍କ ଅଫିସ ସମ୍ମୁଖ ରେ ସିପିଆଇଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲା ପାଳ ଙ୍କ ମାଧ୍ୟମରେ ଦାବୀ ପତ୍ର ଦିଆଯାଇଛି. ସେଥିରେ କୁହାଯାଇଛି ଯେ ମମିତା ମେହେର ଜଘନ୍ୟ ହତ୍ୟା କାଣ୍ଡ ସହିତ ସମ୍ପୂକ୍ତି ଥିବା ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ମନ୍ତ୍ରୀ ମଣ୍ଡଳ ରୁ ବରଖାସ୍ତ, ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ତତ୍ୱାବଧାନରେ SIT ତଦନ୍ତକରି ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ଙ୍ଘଟଣା ରେ ସମ୍ପୃକ୍ତି ଥିବା ସମସ୍ତ ଦୋଷୀ ଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ,ମମିତା ମେହେର ଙ୍କ ପରିବାର ଙ୍କୁ ଏକ କୋଟି ଟଙ୍କା ଆର୍ଥିକ ସହାୟତା ଦେବାକୁ ଦାବୀ ରହିଛି. ଏଥିରେ ଶରତ କୁମାର ରାୟଗୁରୁ, ଜଗନାଥ ଦେଓ, ପୀତବାସ ବେହେରା,ମନୋରଞ୍ଜନ ମହାରଣା, ପବିତ୍ର ଓଝା, ଜମ୍ବେଶ୍ୱର ଓଝା, ଟୁନା ନାୟକ,ରଶ୍ମିତା ଗୋଛିକାର,ରଂଜିତ ନାୟକ ଅମରେନ୍ଦ୍ର ନନ୍ଦ, ଶ୍ରୀକାନ୍ତ ପରିଜା,ପୂର୍ଣ୍ଣ ମୁଦୁଲି, ରବି ପ୍ରଧାନ,ହିମାଂଶୁ ଜେନା,ସବିତା ଦେଇ,ବାହାନପରିଡା,ବାଳ କୃଷ୍ଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.