ଛତ୍ରପୁର ମୁଖ୍ୟବଜାର ବଣିକ ସଂଘର ଦୁର୍ଗାପୂଜା ବିସର୍ଜନ

0 58

ଛତ୍ରପୁର ସ୍ଥିତ ମୁଖ୍ୟବଜାର ବଣିକସଂଘ ପକ୍ଷରୁ ମୃଣ୍ମୟୀମୃତ୍ତି ଦୁର୍ଗାମଣ୍ଡପ ମେଢ଼ ସୁନ୍ଦର ଆଲୋକମାଳରେ ସୁସଜ୍ଜିତ କରାଯାଇ ସହରର ମୁଖ୍ୟସଡକପଥ କୁ ଶୋଭାବର୍ଦ୍ଧନ କରାଯାଇଥିଲା । ସୁନ୍ଦର ତୋରଣ ସାଜସଜ୍ଜା ରେ ସହରକୁ ବିକଶିତ କରାଯାଇଥିଲା । ଶୁଭାରଓ ମାର୍କେଟ କମ୍ପ୍ଲେକ୍ସ ନିକଟରେ ବସିଥିବା ଏହି ଅସ୍ଥାୟୀ ପୂଜାମଣ୍ଡପ ନିକଟରେ ଦୈନିକ ସନ୍ଧ୍ୟାବେଳେ ଅଗଣିତ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହେଉଥିଲା । ବିଜୟଦଶମୀ ଦିନ ଯଥାରୀତିରେ ପୂଜା ରୀତିନୀତି ଅନୁଷ୍ଠିତ ହୋଇ ଶନିବାର ସକାଳେ ବର୍ଣ୍ଣାଢ୍ୟ ପଟୁଆରରେ ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ କରାଯାଇଛି ।

ଛତ୍ରପୁର ଇପିଏରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.