ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ସମ୍ମିଳନି ଅନୁଷ୍ଠିତ
ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ସମ୍ମିଳନି କରଞ୍ଜିଆ ସ୍ଥିତ ରାମଭାଟିକା ଠାରେ ଜିଲ୍ଲା ସଭାପତି କର୍ଣ୍ଣାର୍ଜୁନ ସାହା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ଉପଦେଷ୍ଟା ଗୋପାଳ ଅଗ୍ରୱାଲ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ lଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ରାଜ୍ୟ ଉପସଭାପତି ନିଗମାନନ୍ଦ ପଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଂ ଉମାକାନ୍ତ ମହାନ୍ତ, ଉପଦେଷ୍ଠା ଜୟନ୍ତ ମହାପାତ୍ର, ସଂଗଠନ ସମ୍ପାଦକ ବୋଧିରୋଜତ ମହାନ୍ତ, ମହିଳା ମୋରଚ୍ଛା ସଭାନେତ୍ରୀ ସୁଜାତା ଦାସ, ମିଡ଼ିଆ ପ୍ରମୁଖ ସଂଜୟ ଅଗ୍ରୱାଲ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ l ଭାରତ ବର୍ଷରେ ସାମ୍ପ୍ରତିକ ପରିସ୍ଥିତି ରେ ଭାରତ ବର୍ଷ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ହେବା ଜରୁରୀ ବୋଲି ରାଜ୍ୟ ଉପସଭାପତି ନିଗମା ନନ୍ଦ ପଟ୍ଟନାୟକ କହିଥିଲେ l ପରେ ପ୍ରତେକ ପଞ୍ଚାୟତ ସ୍ତର ରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର କମିଟି ଗଠନ କରିବା ସ୍ଥିର ହୋଇଥିଲା ଓ ଚଳିତ ନଭେମ୍ବର ତିନି ତାରିଖ ଦିନ ଛୋଟ ଦୀପାଳି ରେ ପ୍ରତ୍ୟେକ ବ୍ଲକ ସ୍ଥର ରେ ତଥା ପଶ୍ଚିମ ମୟୁରଭଞ୍ଜ ର ୨୦ ଟି ସ୍ଥାନ ରେ ମିନି ଦୀପାଳି ପାଳନ କରିବାକୁ ସ୍ଥିର ହୋଇଥିଲାl ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଆଗାମୀ ଦିନରେ ପ୍ରତି ପଞ୍ଚାୟତ ସ୍ତର ରୁ ଆନ୍ଦୋଳନ କରି ସର୍ବୋଭାରତୀୟ ସ୍ତର ରେ ଅଧିକ ଶକ୍ତିଶାଳୀ କରିବାକୁ ଯୋଜନା କରାଯାଇଥିଲାl ଶେଷରେ ବୋଧିରୋଜତ ମହାନ୍ତ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ l
ଇପିଏ ରୁ ନିଗମା ନନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )