ଜନ୍ମ କରି ଶିଶୁ କନ୍ୟା କୁ ରାସ୍ତା କଡ଼ରେ ଫିଙ୍ଗି ଦେଲା ମା
ଅତି ନିଷ୍ଠୁର ପାଲଟି ଗଲା ଜନ୍ମ କଲା ମା ! ମା ୯ ମାସ ୧୦ ଦିନ ନିଜ ପେଟରେ ଯାହାକୁ ଧରି କଷ୍ଟ ଯନ୍ତ୍ରଣା ସହି ରହିଥିଲା ଶେଷରେ ତାକୁ ଜନ୍ମ ଦେଲା ପରେ ରାସ୍ତା କଡ଼ରେ ଫୋପାଡ଼ି ପଳାଇଗଲା ମା ! ଏହି ଅଭାବନୀୟ ଘଟଣା ଘଟିଛି ପିପିଲି ବ୍ଲକ ସାତଶଂଖ-ବଳଙ୍ଗା ମୁଖ୍ୟ ରାସ୍ତା କଡରେ
। ଚୋରପଡ଼ା ଛକ ରାସ୍ତା କଡ଼ରେ ଥିବା ଅଳିଆ ଆବର୍ଜନା ଗଛ ଲତା ଭିତରୁ ଉଦ୍ଧାର କରାଯାଇଛି ନବ ଜାତ ଶିଶୁ କନ୍ୟା । ଜୀବିତ ଥିବା ଶିଶୁ କନ୍ୟା ଟୀ କାନ୍ଦ ଶବ୍ଦ ଶୁଣି ରାସ୍ତା ରେ ଯାଉଥିବା ଲୋକ ମାନେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୁରୀ ମେଡିକାଲ ପଠାଇ ଥିବା ବେଳେ କିଏ ଓ କାହିଁକି ଏମିତି କରିଛି ତାକୁ ନେଇ ସ୍ଥନୀୟ ଅଂଚଳ ରେ ଚାର୍ଚ୍ଚ ଜୋର ଧରିଛି । ତେବେ ଏହି ଘଟଣା ପୁଣି ପ୍ରମାଣିତ କରିଛି ଯେ କନ୍ୟା ସନ୍ତାନ ଏବେବୀ ଅଲୋଡା ରହିଛି ସାମାଜିକ ସ୍ତରରେ। ମହିଳା ମାନେ ଏବେ କାର ଯୁଗ ରେ ଅନେକ ସଫଳତା ଓ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିଲେ ମଧ୍ୟ କନ୍ୟା ସନ୍ତାନ ପ୍ରତି ଏବେବି ସମାଜର କିଛି ବର୍ଗ ର ଲୋକ ଙ୍କ ପାଇଁ ବୋଝ ପାଲଟିଛି। ଏ ନେଇ ସଚେତନତା ଅଭାବ କୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )