ରାଜନଗର_ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କଣ୍ଡିରା ପଞ୍ଚାୟତର ପଦ୍ମନାଭପୁରୁ ଗ୍ରାମର ଶତାଧିକ ବିଜେଡି କର୍ମୀ ଆଜି କଙ୍ଗ୍ରେସ ଦଳରେ ଯୋଗଦେଇଛନ୍ତି।ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ପ୍ରାକ୍ତନ ଯୁବ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା କଙ୍ଗ୍ରେସ ଦଳର ସଭାପତି ଅଂଶୁମାନ ମହାନ୍ତି ଓ ସମ୍ମାନୀତ ଅତିଥିଭାଵେ ବ୍ଲକ କଙ୍ଗ୍ରେସ କମିଟି ସଭାପତି ଶ୍ରୀ ଦେବେନ୍ଦ୍ର କୁମାର ଜେନା ଓ ବରିଷ୍ଠ କଙ୍ଗ୍ରେସ ନେତା ସନ୍ତୋଷ କୁମାର ମହାନ୍ତି। କଣ୍ଡିରା ପଞ୍ଚାୟତ ସଭାପତି ଶ୍ରୀ କଳାକାର ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ଶତାଧିକ କର୍ମୀ ଯୋଗଦେଇଥିବା ବେଳେ ବହୁ ଵିଜେଡି କର୍ମୀ ଦଳର ଵିଧାୟକ ଓ ନେତାଙ୍କ ସ୍ଵାର୍ଥପରତା ଯୋଗୁ ପୁରୁଣା କର୍ମୀଙ୍କୁ ଅଲୋଡା କରି ଵିରୋଧି ଦଳର ସ୍ବାର୍ଥପର ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦେଇ ଠିକା ରାଜନୀତି କରାଯାଉଥିବାରୁ ୨୫ ବର୍ଷର ନିଃସ୍ଵାର୍ଥପର ବିଜେଡି କର୍ମୀଙ୍କୁ ଏକପ୍ରକାର କୁଠାରାଘାତ କରାଯାଉଥିବା ଅଭିଯୋଗ କରିଛନ୍ତି।ରାଜନଗର ବିଜେଡି ରେ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶକୁ ଜଳାଞ୍ଜଳି ଦିଆଯାଇ କର୍ମୀମାରଣ ନୀତି ଚାଲିଛି ଵୋଲି ଵହୁ ଅସନ୍ତୋଷ କର୍ମୀ ଦୁଃଖର ସହିତ ପ୍ରକାଶ କରିଛନ୍ତି।ସେଥିପାଇଁ ଅଂଶୁମାନ ମହାନ୍ତିଙ୍କ ନୀତି ଆଦର୍ଶକୁ ପାଥେୟ କରି ବାଧ୍ୟ ହୋଇ ଗତକାଲି କଙ୍ଗ୍ରେସ ଦଳରେରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି।ଯୋଗଦେଇଥିବା ବ୍ୟକ୍ତିମାନେ ହେଲେ ଶୁଶାନ୍ତ ମଣ୍ଡଳ,ସପନ ମଣ୍ଡଳ,ରଞ୍ଜିତ ମଣ୍ଡଳ,ଦୀପକ ମଣ୍ଡଳ, ମନୋରଞ୍ଜନ ମଣ୍ଡଳ,ପ୍ରତାପ ମଣ୍ଡଳ, ରତ୍ନାକର ମଣ୍ଡଳ,ଅର୍ଜୁନ ମଣ୍ଡଳ, ବାସୁଦେବ ମଣ୍ଡଳ, ସୁକୁମାର ମଣ୍ଡଳ ପ୍ରମୂଖ ଅନେକ ଵିଜେଡି କର୍ମୀ କଙ୍ଗ୍ରେସରେ ଯୋଗଦେଇଥିବା ବେଳେ ଆହୁରି ଅନେକ ଅସନ୍ତୋଷ ଥିବା କର୍ମୀ ନିକଟରେ ଯୋଗ ଦେଵେ ବୋଲି କଙ୍ଗ୍ରେସରେ ମିଶିଥିବା ଏହି କର୍ମୀମାନେ ପ୍ରକାଶ କରିଛନ୍ତି।ବିଜେଡି ଛାଡି ନବାଗତ କର୍ମୀ କଙ୍ଗ୍ରେସରେ ଯୋଗ ଦେଇଥିବାରୁ ପ୍ରାକ୍ତନ ଵିଧାୟକ ଶ୍ରୀ ମହାନ୍ତି ସେମାନଙ୍କୁ ସ୍ଵାଗତ କରି ଫୁଲମାଳ ଦେବାସହ ଦଳିୟ ଉତ୍ତରୀୟ ପରିଧାନ କରାଇଥିଲେ ।ଏହି ମିଶ୍ରଣ ପର୍ଵରେ ସ୍ଥାନୀୟ ନେତା ଅକ୍ଷୟ କୁମାର ସାମଲ,ତପନ କୁମାର ସାମଲ,ମୁକ୍ତିଦେବ ମାହୁନ୍ତ,ପ୍ରତାପ ଵେହେରା,ଅନାମ ବାଗ, ଧନେଶ୍ଵର ସ୍ବାଇଁ,ବିଜୟ ପ୍ରଧାନ,ବ୍ରଜ ଲେଙ୍କା , ରମାକାନ୍ତ ମଣ୍ଡଳ,ରାମ ମାଇତି, ହେମନ୍ତ ସ୍ବାଇଁ, ଲମ୍ବୋଦର ବାଗ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରକାଶ ଥାଉକି ଵିଜେଡିର ୩୧ନମ୍ଵର ଜିଲ୍ଲା ପରିଷଦ ଜୋନର ସାଙ୍ଗଠନିକ ସମ୍ମୀଳନୀ ସୋମବାର ଦିନ ଜରିମୂଳ ହାଟପଡିଆରେ ଅନୁଷ୍ଠିତ ହୋଇଥିଲା।୯ ଟି ପଞ୍ଚାୟତକୁ ନେଇ ଏହି ସମ୍ମିଳନୀରେ ଦଳୀୟ ସ୍ଥିତିକୁ ଅନୁଧ୍ୟାନ କରି ପ୍ରାର୍ଥି ଚୟନ କରିବାକୁ କେନ୍ଦ୍ରାପଡା ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଶ୍ରୀ ଦେବାଶୀଷ ସାମନ୍ତରାୟ ରାଜନଗର ଠାରୁ ବିଶାଳ ରାଲିରେ ବିଧାୟକ ଧୃବ ସାହୁଙ୍କ ସହିତ ଯାଇ ଜରିମୂଳ ସ୍ଥିତ ସଭା ସ୍ଥଳୀରେ ପଞ୍ଚୀଥିଲେ।ଏହି ସଭାରେ ବିଭିନ୍ନ ଆଡୁ ଆସିଥିବା ବହୁଲୋକଙ୍କୁ ଦେଖି ଶ୍ରୀ ଯୁକ୍ତ ସାମନ୍ତରାୟବିଭୋର ହୋଇଯାଇଥିଲେ। କିନ୍ତୁ ମିଟିଂ ଆରମ୍ଭ ହେବା ମାତ୍ରକେ ଲୋକମାନେ ସଭା ସ୍ଥଳୀରୁ ଧିରେଧିରେ ଘରବାହୂଡାହେଉଥିବା ଦେଖିବାକୁ ମିଳିଥିଲା।, ସାଧାରଣରେ ଆଲୋଚନା ହେଉଥିଲା ଆସିଥିବା ଲୋକମାନେ ଏହି ଜୋନର ନୁହନ୍ତି ,ସେମାନେ ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକର ଗ୍ରାମମାନଙ୍କରୁ ଗାଡ଼ି ପଠାଯାଇ ଅଣାଯିବା ସହ ବାଇକ୍ ବାଲାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା ଵୋଲି ରାଲିରେ ଆସିଥିବା କିଛି ଲୋକ ତାଙ୍କ ବାଇକ୍ ରେ ତେଲ ଦେଇନଥିବା ହେତୁ ଅସନ୍ତୋଷ ପ୍ରକାଶ କରି କହିଛନ୍ତିି। ସୋମବାର ଦିନ ଜରିମୂଳ ଠାରେ ଆୟୋଜିତ ବିଜେଡି ସାଙ୍ଗଠନୀକ ସମ୍ମୀଳନୀ ରୁ ଫେରି ମଙ୍ଗଳବାର ଦିନ କଙ୍ଗ୍ରେସଦଳରେ ଯୋଗ ଦେଵାନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦିନଥାଉ ଥାଉ ଦଳ ଯଦି ପ୍ରକୃତ ଦଳୀୟ କର୍ମୀଙ୍କୁ ଚିହ୍ନଟ କରି ସଜାଡି ନ ପାରେ ! ତେବେ ସ୍ୱାର୍ଥ ପାଇଁ ଆସିଥିବା ଅସଜଡା କର୍ମୀଙ୍କ, ପାଇଁ ପୁରୁଣା କର୍ମୀମାନେ ଆଗାମି ନିର୍ବାଚନ ରେ ନୂତନ ଅଧ୍ୟାୟ ସୃଷ୍ଟି କରି ପାରନ୍ତି ବୋଲି ସେମାନଙ୍କ ଆଲୋଚନାରୁ ଶୁଣିବାକୁ ମିଳୁଛି।
ରାଜନଗର ଇପିଏ ରୁ ସୁକାନ୍ତ ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )