ଜିଲ୍ଲା ପରିଷଦ ସଦସ୍ୟ ଓ ଅଧ୍ୟକ୍ଷ ଆସନର ପୁନଃ-ସଂରକ୍ଷଣ ତାଲିକା ପ୍ରକାଶ ପାଇଲା
ମାନ୍ୟବର ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପରେ ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ତ୍ରିସ୍ଥରୀୟ ପଞ୍ଚାୟତ ନିମନ୍ତେ ଆସନ ସଂରକ୍ଷଣର ପରିବର୍ତ୍ତିତ ତାଲିକା ପ୍ରକାଶ ପାଇଛି । ଓଡିଶା ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ବିଭାଗ ପତ୍ର ସଂଖ୍ୟା ନଂ -୨୨୬୮୬ ଓ ୨୨୬୮୭-ତା. ୨୪.୧୨.୨୦୨୧ରିଖ ଏବଂ ଗଜପତି ଜିଲ୍ଲା ପ୍ରଶାସନର ପଞ୍ଚାୟତରାଜ ବିଭାଗ ପତ୍ର ନଂ-୧୪୪୪-ତା.୨୪.୧୨.୨୦୨୧ରିଖରେ ଜିଲ୍ଲା ପରିଷଦ ସଦସ୍ୟ ଓ ଅଧ୍ୟକ୍ଷ ଆସନ ନିମନ୍ତେ ପୁନଃ-ସଂରକ୍ଷଣ ତାଲିକା ପ୍ରକାଶିତ ହୋଇଛି ।
ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ- ଅଣସଂରକ୍ଷିତ
ଗଜପତି ଜିଲ୍ଲା ପରିଷଦ ଜୋନ୍ ସଂରକ୍ଷିତ ତାଲିକା
୧)ଜିଲ୍ଲା ପରିଷଦ ଜୋନ୍ ନଂ-୧- କାଶିନଗର(୧)- ଅଣସଂରକ୍ଷିତ
୨)ଜିଲ୍ଲା ପରିଷଦ ଜୋନ୍ ନଂ-୨- କାଶିନଗର(୨)-ଅନୁସୂଚିତ ଜନଜାତି(ମହିଳା)
୩)ଜିଲ୍ଲା ପରିଷଦ ଜୋନ୍ ନଂ-୩- ଗୁମ୍ମା(୧)- ଅନୁସୂଚିତ ଜନଜାତି(ମହିଳା)
୪)ଜିଲ୍ଲା ପରିଷଦ ଜୋନ୍ ନଂ-୪- ଗୁମ୍ମା(୨)- ଅନୁସୂଚିତ ଜାତି(ମହିଳା)
୫)ଜିଲ୍ଲା ପରିଷଦ ଜୋନ୍ ନଂ-୫- ନୂଆଗଡ- ଅନୁସୂଚିତ ଜନଜାତି
୬)ଜିଲ୍ଲା ପରିଷଦ ଜୋନ୍ ନଂ-୬- ପାରଳାଖେମୁଣ୍ଡି(୧)- ଅଣସଂରକ୍ଷିତ(ମହିଳା)
୭)ଜିଲ୍ଲା ପରିଷଦ ଜୋନ୍ ନଂ-୭- ପାରଳାଖେମୁଣ୍ଡି(୨)- ଅଣସଂରକ୍ଷିତ
୮)ଜିଲ୍ଲା ପରିଷଦ ଜୋନ୍ ନଂ- ୮-ମୋହନା(୧)- ଅଣସଂରକ୍ଷିତ(ମହିଳା)
୯)ଜିଲ୍ଲା ପରିଷଦ ଜୋନ୍ ନଂ- ୯-ମୋହନା(୨)- ଅନୁସୂଚିତ ଜନଜାତି
୧୦)ଜିଲ୍ଲା ପରିଷଦ ଜୋନ୍ ନଂ-୧୦-ମୋହନା(୩)-ଅଣସଂରକ୍ଷିତ
୧୧)ଜିଲ୍ଲା ପରିଷଦ ଜୋନ୍ ନଂ-୧୧- ଆର ଉଦୟଗିରି(୧)-ଅଣସଂରକ୍ଷିତ
୧୨)ଜିଲ୍ଲା ପରିଷଦ ଜୋନ୍ ନଂ-୧୨- ଆର ଉଦୟଗିରି(୨)- ଅନୁସୂଚିତ ଜନଜାତି
୧୩)ଜିଲ୍ଲା ପରିଷଦ ଜୋନ୍ ନଂ-୧୩- ରାୟଗଡ(୧)- ଅଣସଂରକ୍ଷିତ(ମହିଳା)
୧୪)ଜିଲ୍ଲା ପରିଷଦ ଜୋନ୍ ନଂ-୧୪- ରାୟଗଡ(୨)- ଅନୁସୂଚିତ ଜନଜାତି(ମହିଳା)
ଯଦି କେହି ଏହି ପ୍ରକାଶିତ ତାଲିକା ବିଷୟରେ କୌଣସି ଅଭିଯୋଗ କିମ୍ବା ପରାମର୍ଶ ଦେବାକୁ ଚାହୁଛନ୍ତି ତେବେ ବିଜ୍ଞାପନ ପ୍ରକାଶନ ଦିନ ଠାରୁ ୧୦ଦିନ ମଧ୍ୟରେ ଅର୍ଥାତ ତା.୦୩.୦୧.୨୦୨୨ରିଖ ସୁଦ୍ଧା ଲିଖିତ ଆକାରରେ ଦାଖଲ କରିପାରିବେ କିମ୍ବା ଡାକଯୋଗେ କିମ୍ବା ଇମେଲ ଆଇଡି ନଂ- dpogajapati@gmail.comରେ ପ୍ରେରଣ କରିପାରିବେ । ଧାର୍ଯ୍ଯ ସମୟସୀମା ମଧ୍ୟରେ ପ୍ରାପ୍ତ ହୋଇଥିବା ଲିଖିତ ଅଭିଯୋଗ ଓ ପରାମର୍ଶ ଗୁଡିକୁ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି ।
ଗଜପତି ଜିଲ୍ଲା ଇପିଏ ରୁ ଦିଲୀପ କୁମାର ସତ୍ପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )