ଜିଲ୍ଲା ଯୁବ ଡ଼ୁମାଳ ପରିଷଦ ରଜତ ଜୟନ୍ତୀ ଉତ୍ସବ, ଯୁବ, ମହିଳା ଓ ପଛୁଆ ବର୍ଗ ସମ୍ମିଳନୀ ପାଇଁ ଶୁଭଖମ୍ବ ସ୍ଥାପନ
ବୌଦ୍ଧ ଠାରେ ରବିବାର ସକାଳ 10ଘଣ୍ଟା ସମୟରେ ଟେଲିବନ୍ଧ କମଳପୁର ମାହେଶ୍ୱରୀ ବିହାର ଠାରେ ଭୂମିପୂଜନ, ଶୁଭଖମ୍ବ ସ୍ଥାପନ କରାଯାଇଥିଲା l ପୂଜକଭାବେ ଦୁର୍ଯ୍ୟୋଧନ ପ୍ରଧାନ, ନିର୍ଗୁଣ ମହାକୁଡ଼ ଓ କର୍ତ୍ତା ଭାବେ ଧନେଶ୍ୱର ଅମାତ ଓ କୃତ୍ତିବାସ ପଲିଆ ତୁଲାଇଥିଲେ l ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା, ଏଥିରେ ସଭାପତି ଶମ୍ଭୁ ଗିରି ଅଧକ୍ଷତା କରିଥିବାବେଳେ, ସମ୍ପାଦକ କୃତ୍ତିବାସ ପଲିଆ ବିବରଣୀ ପଠନ କରିଥିଲେ l ବିଭିନ୍ନ ଆଲୋଚନାରେ ସର୍ବଶ୍ରୀ ଅରବିନ୍ଦ ମହାକୁଡ଼, ଅକ୍ରୁର କଳତା,ବିଶିକେସନ ପ୍ରଧାନ, ପ୍ରଭାତ ପ୍ରଧାନ, ଶ୍ରୀନିବାସ ପ୍ରଧାନ, ମହେଶ୍ୱର ପ୍ରଧାନ, ମହେନ୍ଦ୍ର ମହାକୁଡ଼ , ବିକ୍ରମ ମହାକୁଡ଼, ଦେଶବନ୍ଧୁ ମହାକୁଡ଼, ଅଜିତ ମହାକୁଡ଼, ଦିଲ୍ଲୀପ କର୍ମୀ, ରିଲୁ ପ୍ରଧାନ, ସୌଭାଗ୍ୟ କଳତା, ଘୁଂଡୁ ମହାକୁଡ଼, ଶଙ୍ଖାଳି ଗିରି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ l ବିଭିନ୍ନ ପ୍ରସ୍ତାବ କ୍ରମେ ଆସନ୍ତା ନଭେମ୍ବର 2 ଓ 3 ଦୁଇଦିନ ଧରି କମଲ ପୁର ମାହେଶ୍ୱରୀ ବିହାର ଠାରେ ଭବ୍ୟ କଳସ ଯାତ୍ରା,ଗୋ ପୂଜନ ଓ ସମ୍ବର୍ଦ୍ଧନା,ମାହେଶ୍ୱରୀ ଯଜ୍ଞ, ଯୁବ ମହିଳା, ପଛୁଆବର୍ଗ ସମାବେଶ ଅନୁଷ୍ଠିତସହ ବିଭିନ୍ନ କ୍ଷେତ୍ରରେ ସଫଳ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିବା କାର୍ଯ୍ୟକ୍ରମ ହେବାକୁ ସ୍ଥିର କରାଯାଇଥିଲା l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )