ଜିଲ୍ଲା ସ୍ତରୀୟ ବ୍ୟାଙ୍କ ସମ୍ମନ୍ୟୋୟ ସଭା

0 4

କଟକ ଜିଲ୍ଲାପାଳ ଙ୍କ ସଦଭାବନା ଗୃହ ରେ ତ୍ରୟମାସିକ ଜିଲ୍ଲା ସ୍ତରୀୟ ବ୍ୟାଙ୍କ ସମୁହ ସଭା ଅନୁଷ୍ଠିତ ହୋଇଛି। ଏହି ସଭାରେ ମାନ୍ୟବର ସାଂସଦ ଶ୍ରୀ ଭର୍ତୃହରି ମହତାବ, ମାନନୀୟ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନି, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଆମ୍ବର କର, RBI ଅଧିକାରୀ ଶ୍ରୀ ଟି ସି ପାଇକରାୟ, DDM ନାବାର୍ଡ ଶ୍ରୀ ସିଦ୍ଧାର୍ଥ ଶଙ୍କର ପଣ୍ଡା ଏବଂ ବିଭାଗୀୟ ସରକାରି ଅଧିକାରୀ ମାନେ ସଭାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
ହିତାଧିାରୀମାନକୁ ଠିକ୍ ସମୟରେ ରୁଣ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ସାଂସଦ ଶ୍ରୀ ମହତାବ ଓ କୃଷି ସମ୍ବନ୍ଧୀୟ ଋଣ ପ୍ରଦାନ ତାରେନିତ୍ୟ କରିବା ପାଇଁ ପରାମର୍ଶ ଦେଇ ଥିଲେ।
RBI ଅଧିକାରୀ ଶ୍ରୀ ପାଇକରାୟ ଜମା ଓ ଋଣ ଅନୁପାତ ବୃଦ୍ଧି ପାଇଁ ବ୍ୟାଙ୍କ ସଭିକୁ ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଇ ଥିଲେ।। ନାବାର୍ଡ DDM ଶ୍ରୀ ସିଦ୍ଧାର୍ଥ ଶଙ୍କର ପଣ୍ଡା କୃଷି ଋଣ ପ୍ରଦାନ ନିମନ୍ତେ ପଦକ୍ଷେପ ନେବାକୁ ପରାମର୍ଶ ଦେଇ ଥିଲେ।ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅମ୍ବର କୁମାର କର SHG ମାନଙ୍କୁ ଋଣ ପ୍ରଦାନରେ ହେଳା ନ କରି ବା ପାଇଁ ସମସ୍ତ ଅଧିକାରୀ ମାନଙ୍କୁ ତଗିଦ କରିଥିଲେ। ସର୍ବନିମ୍ନ ଋଣ 3 ଲକ୍ଷ କରିବା ପାଇଁ ସଭିଙ୍କ ସହଯୋଗ ଲୋଡ଼ି ଥିଲେ। ଏହି ସଭାକୁ LDM ଶ୍ରୀ ରାଜେଶ କୁମାର ବେହେରା ପରିଚାଳନା କରିଥିଲେ। CM ଆୱାର୍ଡ ପାଇଁ ମନୋନୀତ ବ୍ୟାଙ୍କ ଶାଖା ମାନଙ୍କ ସୂଚୀ ପ୍ରଦାନ କରିଥିଲେ। ସଭା ଆୟୋଜନ ରେ ଅଗ୍ରଣୀ ବ୍ୟାଙ୍କ କାର୍ଯ୍ୟାଳୟ ପକ୍ଷରୁ ଶ୍ରୀ ଆଲୋକେଶ ମହାପାତ୍ର, ଶ୍ରୀ ସତ୍ୟନାରାୟଣ ରାଉତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

କଟକ ଇପିଏ ରୁ ଲଳିତ ଦାସଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.