ଜେଲରୁ ଦାରା ସିଂହଙ୍କୁ ମୁକ୍ତିଲାଭ କରିବାକୁ ବହୁ ଚର୍ଚ୍ଚିତ ଦିଲ୍ଲୀ ନିଭୟା କେସ୍ର ଦୋଷୀଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ଏ.ପି ସିଂହଙ୍କ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ବର : ନ୍ଯାୟାଳୟରେ ନିରପରାଧିକୁ ନ୍ଯାୟ ପ୍ରଦାନ କ୍ଷେତ୍ରରେ ଆଇନଜୀବୀ ସମ୍ବିଧାନ ଏବଂ ଆଇନର ଧାର ଓ ଉପଧାରା କୁ ମାନ୍ୟବର କୋର୍ଟଙ୍କ ନିକଟରେ ଉପସ୍ଥାପିତ କରି ବିଚାର ନିରିହଙ୍କୁ ବଞ୍ଚିବାରେ ପ୍ରମୁଖ ଭୁମିକା ଗ୍ରହଣ କରି ଚଚ୍ଚାକୁ ଆସନ୍ତି ଆଇନଜୀବୀ । ସେହି ଆଇନଜୀବୀ ବମ୍ବେରେ ନିରୀହ ଲୋକମାନଙ୍କୁ ହତ୍ଯାକରି ତାଜ ହୋଟେଲ ଆତଙ୍କ ଖେଳେଇଥିବା ଆତଙ୍କବାଦୀ କସବକୁ ନିର୍ଦ୍ଦୋଷ ଖସାଇ ବାକୁ ଆଇନଜୀବୀ ଆଗକୁ ଆସି ପୁଣି ଚର୍ଚାକୁ ଆସନ୍ତି । ସେହିପରି ଅର୍ଥ ଲୋଭର ପୁଣି ଆଉ ଜଣେ ସଜା କାଟି ସାରିଥିବା ଅପରାଧୀକୁ ଜେଲରୁ ମୁକ୍ତ କରିବାକୁ ବହୁ ଚର୍ଚ୍ଚିତ ଦିଲ୍ଲୀ ନିଭୟା କେସ୍ର ଦୋଷୀଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ଏ.ପି ସିଂହଙ୍କ ପକ୍ରିୟା ଆରମ୍ଭ କରି ଚର୍ଚ୍ଚାକୁ ଆସିବା ଦେଖିବାକୁ ମିଳିଛି । ଏସଂପର୍କରେ ଇପିଏ ପ୍ରତିନିଧି ବିରଞ୍ଚି ନାରାୟଣ ପାତ୍ରୀ ଙ୍କ ଉପସ୍ଥାପନା । କେନ୍ଦୁଝର ଜିଲ୍ଲାର ମନୋହରପୁର ଠାରେ ମିଶନାରୀ ଗ୍ରାହାମ୍ସ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁତ୍ରଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଓରଫ ରବିନ୍ଦ୍ର କୁମାର ପାଲ ଏବେ କେନ୍ଦୁଝର ଜେଲରେ ଆଜୀବନ ସଜ୍ଜା କାଟି ସାରିବା ପରେ ଆହୁରି ସାତ ବର୍ଷରୁ ଅଧିକ ସମୟ ଜେଲରେ କାଟିଲାଣି। ଏବେ ଦାରା ସିଂହଙ୍କୁ ଜେଲରୁ ମୁକୁଳାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ନିରଭୟା କେସରେ ଅପରାଧୀ ମାନଙ୍କୁ ଅପରାଧରୁ ମୁକ୍ତ କରିବାରେ କେସ ଲଢୁଥିବା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବି ଏ ପି ସିଂହ ଏବଂ ଧର୍ମରକ୍ଷକ ଦାରା ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ। ଏମାନେ ଦିଲ୍ଲୀରୁ ଆସି କେନ୍ଦୁଝର ଜେଲରେ ଦାରା ସିଂହଙ୍କୁ ଭେଟିଛନ୍ତି। ଦାରା ସିଂହଙ୍କ ସହ ଆଲୋଚନା କରିବା ସହ ତାଙ୍କଠାରୁ କିଛି ଦସ୍ତାବିଜ ଓ ଓକିଲାତ ନାମା ଦସ୍ତଖତ କରିଛନ୍ତି। ଦାରା ସିଂହଙ୍କ ପାଇଁ ସୁପ୍ରିମକୋର୍ଟ ଯିବେ ଓ ତାଙ୍କୁ ଖୁବ ଶୀଘ୍ର ଜେଲରୁ ମୁକୁଳାଇବେ ବୋଲି ଆଇନଜୀବୀ ଏପି ସିଂହ କହିଛନ୍ତି।
ଜଘନ୍ୟ ଅଭିଯୋଗ ଆଣି ଏ ପି ସିଂହ କହିଛନ୍ତି ଯେ, କେସ୍ର ଟ୍ରାଏଲ ସମୟରେ ଅଷ୍ଟ୍ରେଲିଆ କନସୋଲେଟ ଆସି କୋର୍ଟରେ ଉପସ୍ଥିତ ରହୁଥିଲେ। ତେଣୁ ଅଷ୍ଟ୍ରେଲିଆର ଚାପରେ ନିର୍ଦ୍ଦୋଷ ଦାରା ସିଂହକୁ ସଜ୍ଜା ଦିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜନୈତିକ ଆକ୍ରୋଶ ରଖି କେସ୍ର ଠିକ ଭାବରେ ତର୍ଜ୍ଜମା ବା ଫେୟାର ଟ୍ରାଏଲ ହୋଇନାହିଁ। ଏହାସହ ଏ ପି ସିଂହ କହିଛନ୍ତି, ଏପରି କୌଣସି ନିୟମ ନାହିଁ ଯେଉଁଥିରେ ୧୪ ବର୍ଷରୁ ଅଧିକ ଆଜୀବନ ସଜ୍ଜାର ପ୍ରାବଧାନ ରହିଛି। ଦାରା ସିଂହ ୨୨ ବର୍ଷରୁ ଅଧିକ ସମୟ ଧରି ଜେଲରେ ରହି ସାରିଲେଣି। ତେଣୁ ସୁପ୍ରିମକୋର୍ଟରେ କେସ୍ ଲଢ଼ି ଦାରା ସିଂହଙ୍କୁ ଖୁବ୍ ଶୀଘ୍ର ଜେଲ୍ରୁ ମୁକ୍ତ କରାଯିବ ବୋଲି ଆଇନଜୀବୀ ଏ ପି ସିଂହ ଏବଂ ଧର୍ମରକ୍ଷକ ଦାରା ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ କହିଛନ୍ତି।
ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )