ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ୍ ଅନ୍ତର୍ଗତ ଝାଡ଼ପୋଖରିଆ ଠାରେ ସାର୍ବଜନୀନ ମା ଦୁର୍ଗାପୂଜା ଶାନ୍ତି ଶୃଂଖଳା ସହିତ ପାଳନ କାରାଯାଇଛି ଏଥିରେ ବିଧି ମତରେ ଷଷ୍ଠୀ ପୁଜା,ସପ୍ତମୀ ପୁଜା ବିଧି ମତରେ ମାଆ ଙ୍କର ପ୍ରାୟ ୩୨ ଜଣ ଘଟ ଉତ୍ତୋଳନ କରିଥିଲେ ଓ ଅଷ୍ଟମୀ ଦିନ ବିଧି ମତରେ ସୂର୍ଯ୍ୟ ପୁଜା, ଗୋ ପୁଜା,ମହା ଅଷ୍ଟମୀ ପୁଜା ଓ ବ୍ରତ ପୁଜା କରଯାଇ ଥିଲା ଏବଂ ସେହି ଦିନ କମିଟି ଦ୍ବାରା ଆୟୋଜିତ ଅନ୍ନ ଭୋଗ ପ୍ରାୟ ଦୁଇ ହଜାର ଭକ୍ତ ମାନଙ୍କୁ ବଣ୍ଟନ କରାଯାଇ ଥିଲା ଏଥିସହିତ ସନ୍ଧ୍ୟା ଆରତୀ, ସନ୍ଧି ପୁଜା ଓ ବଳୀ ପ୍ରକ୍ଷଣ ସହିତ ସନ୍ଧି ପୁଜା ସମାପନ କାରା ଯାଇଥିଲା,ସେହିପରି ନବମୀ ଦିନ ମଧ୍ୟ ସୂର୍ଯ୍ୟ ପୁଜା,ଗୋ ପୁଜା,ନବମୀ ବିହୀତ ପୁଜା, ନବ କୁମାରୀ ପୁଜା କରିବା ସହିତ ରାତ୍ର ସମୟରେ ଆରତୀ କରିବା ସହିତ ଦିବ୍ୟ ପୂର୍ଣାହୁତି ଦିଆ ଯାଇଥିଲା ଏବଂ ପୁନର୍ବାର କମିଟି ତରଫରୁ ଆୟୋଜିତ ଅନ୍ନ ଭୋଗ ପ୍ରାୟ ୩ ହଜାର ଭକ୍ତ ମାନଙ୍କୁ ବଣ୍ଟନ କରାଯାଇ ଥିଲା ଏବଂ ଏଥିରେ କମଳା ବସ୍ତ୍ରାଲୟ ତରଫରୁ ଗରିବ ଅସହାୟ ବୃଧା ଲୋକ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇ ଥିଲା |
ଦଶମୀ ଦିନ ଦଶମୀ ବିହିତ ପୁଜା,ଅପରାଜିତା ପୁଜା ଓ କଙ୍କଣ ଧାରଣ କରିବା ସହିତ ଘଟ ବିସର୍ଜନ ଦିଆଯାଇଥିଲା ଏବଂ ପରିଶେଷ ରେ ମାଆଙ୍କୁ ବିସର୍ଜନ କରଯାଇଥିଲା l
ସାରସକଣା ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )