ଟ୍ରାକ୍ଟର ଦୁର୍ଘଟଣା ରେ ଜଣେ ମୃତ। ଚାଳକ ଫେରାର

0 4

ଗୋଟିଏ ଟ୍ରାକ୍ଟର ଦୁର୍ଘଟଣା ରେ ଜଣେ ଯୁବକ ର ମୃତ୍ୟୁ ଘଟିଥିବା ବେଳେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଏଠାରୁ ପ୍ରାୟ ୬ କିଲୋମିଟର ଦୁର ଚିରିକିପଡା ଶାସନ ଗ୍ରାମର ବସନ୍ତ ସାହୁ ବସନ୍ତ ସାହୁ ( ୩୫ ବର୍ଷ) ସ୍ଥାନୀୟ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଛକରେ ରେ ଠିଆ ହୋଇଥିଲେ। ଏହି ସମୟରେ ବିପରୀତ ଦିଗରୁ ଗୋଟିଏ ଟ୍ରାକ୍ଟର ଦୃତ ଗତି ରେ ତାଙ୍କ ଉପରକୁ ମାଡି ଯାଇଥିଲା। ଫଳରେ ବସନ୍ତ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ବସନ୍ତ କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ନିମନ୍ତେ ଆଣିଥିଲେ। ତେବେ ସେତେବେଳେ କୁ ବସନ୍ତ ର ମୃତ୍ୟୁ ହୋଇ ଯାଇଥିବା ଡାକ୍ତର କହିଥିଲେ। କିଛି ଦିନ ପୂର୍ବେ ସ୍ଥାନୀୟ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ସମ୍ମୁଖରେ ଦୃତ ଗତି ରେ ଆସୁଥିବା ଗୋଟିଏ ଯାତ୍ରୀବାହୀ ବସ ମାଡ଼ି ଯିବାରୁ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲସରା ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ମୃତ ବସନ୍ତ ର ଶବକୁ ବ୍ୟବଛେଦ ନିମନ୍ତେ ପଠାଇ ଘଟଣା ର ଅନୁସନ୍ଧାନ କରୁଛି। ଦୁର୍ଘଟଣା ଘଟାଇ ଟ୍ରାକ୍ଟର ଚାଳକ ଘଟଣା ସ୍ଥଳ ରୁ ଫେରାର ହୋଇଯାଇଛି।

ଗଞ୍ଜାମ ଜିଲ୍ଲା ପୋଲସରା ଇପିଏ ରୁ ଅକ୍ଷାନ୍ତ କୁମାର ମିଶ୍ର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.