୧୪ଟି ଜିଲ୍ଲା ପରିଷଦ ଆସନ ନିମନ୍ତେ ୫୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି
ଗଜପତି : ଗଜପତି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ପ୍ରଚାର ସରଗରମ ହେବାରେ ଲାଗିଛି । ଏନେଇ ବିଭିନ୍ନ ରାଜନୈତିକ ଦଳ ଗୁଡିକ ନିଜ ନିଜର ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ପ୍ରଚାର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛନ୍ତି । ଏପରିକି ବିଜେପି, ବିଜେଡି ଓ କଂଗ୍ରେସ ତରଫରୁ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ନିମନ୍ତେ ଜିଲ୍ଲାରେ ରାଜ୍ୟସ୍ତରୀୟ ନେତା ମାନେ ଡେରା ପକାଇଛନ୍ତି । ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ହାତେଇବା ନିମନ୍ତେ ମିଶ୍ରଣ ପର୍ବକୁ ପ୍ରମୁଖ ରଣନୀତି ଗ୍ରହଣ କରିଥିବା ବେଳେ ବିରୋଧି ବିଜେପି ଓ କଂଗ୍ରେସ ଦଳ ଘରକୁ ଘରକୁ ବୁଲି ଜନସମ୍ପର୍କ ରଖି ନିର୍ବାଚନୀ ବୈତରଣୀ ପାରହେବା ପନ୍ଥାକୁ ଆପଣେଇ ଥିବାର ଦେଖିବାକୁ ମିଳୁଛି ।
ଗଜପତି ଜିଲ୍ଲାରେ ୧୪ଟି ଜିଲ୍ଲା ପରିଷଦ ନିମନ୍ତେ ଆସନ ବିଭିନ୍ନ ରାଜନୈତିକ ଦଳ ଓ ସ୍ୱାଧିନ ପ୍ରାର୍ଥୀଙ୍କୁ ମିଶାଇ ୫୦ଜଣ ପ୍ରାର୍ଥୀ ନିର୍ବାଚନରେ ମଇଦାନରେ ରହିଛନ୍ତି ।କଂଗ୍ରେସ, ବିଜେପି ଓ ବିଜେଡି ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସିପିଆଇ(ଏମ) ୫ ଓ ସ୍ୱାଧିନ ପ୍ରାର୍ଥୀ ଭାବେ ୩ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଜୋନ୍-୧ରୁ ଏ ଶୈଳଜା(ବିଜେପି), ବି ଅନୁରାଧା(କଂଗ୍ରେସ), ଆର ରାଜଲକ୍ଷ୍ମୀ(ବିଜେଡି) ଓ ମାଳତୀ ଶବର(ସିପିଆଇ-ଏମ୍), ଜୋନ୍-୨ରୁ ଏନ କୋଟେଶ୍ୱର ରାଓ(ବିଜେପି), ଗାସିନ ଗମାଙ୍ଗ(କଂଗ୍ରେସ), ଜି ତିରୁପତି ରାଓ(ବିଜେଡି) ଓ କୁରା ପରିଡା(ସ୍ୱାଧିନ), ଜୋନ୍ ନଂ-୩ରୁ ମହିନୀ ମହାନ୍ତୀ(ବିଜେପି), ରେଣୁକା ପାତ୍ର(କଂଗ୍ରେସ), ଗ୍ଲେଡି ଗମାଙ୍ଗ(ବିଜେଡି) ଓ ଜୟନ୍ତୀ ଲିମ୍ମା(ସ୍ୱାଧିନ), ଜୋନ୍ ନଂ-୪ରୁ ବାସନ୍ତୀ ଶବର(ବିଜେପି), ଗୀତାଞ୍ଜଳୀ ଭୂୟାଁ(କଂଗ୍ରେସ) ଓ ସଂଧ୍ୟା ଶବର(ବିଜେଡି), ଜୋନ୍ ନଂ-୫ରୁ ତ୍ରିନାଥ ମଣ୍ଡଳ (ବିଜେପି), ରାଜୀବ ଦୋରା(କଂଗ୍ରେସ), ଜେମସ୍ ରାଇକା(ବିଜେଡି) ଓ ମନୋହର ମଣ୍ଡଳ(ସିପିଆଇ-ଏମ୍), ଜୋନ୍ ନଂ-୬ରୁ ଜଗନ୍ନାଥ ପରିଡା(ବିଜେପି), ଅଶୋକ କୁମାର ଅଧିକାରୀ(କଂଗ୍ରେସ), ଏସ ବାଲରାଜୁ(ବିଜେଡି), ବି ଚଲପତି ରାଓ(ସିପିଆଇ-ଏମ୍) ଓ ଏମ ଲୋକନାଥମ(ସ୍ୱାଧିନ), ଜୋନ୍ ନଂ-୭ରୁ ଜେ ଭାରତୀ(ବିଜେପି), କାଳନ୍ଦି ମିଶାଲ(କଂଗ୍ରେସ) ଓ ନିଳାବତୀ ପାରିଗା(ବିଜେଡି), ଜୋନ୍ ନଂ-୮ରୁ ବାସ୍ତି ମଲ୍ଲିକ(ବିଜେପି), ରୀନା ପ୍ରାଧାନ(କଂଗ୍ରେସ) ଓ କୁନ୍ତଳା ମଲ୍ଲିକ(ବିଜେଡି), ଜୋନ୍- ନଂ-୯ରୁ ସସ୍ମିତା ମଲ୍ଲିକ(ବିଜେପି), ରାଜୀବ ମଲ୍ଲିକ(କଂଗ୍ରେସ) ଓ ଚନ୍ଦ୍ର କୁମାର ମଲ୍ଲିକ(ବିଜେଡି), ଜୋନ୍ ନଂ-୧୦ରୁ ବିଶ୍ୱନାଥ ବିଶୋଇରତ୍ନ(ବିଜେପି), ଗୌରୀଶଙ୍କର ପ୍ରଧାନୀ(କଂଗ୍ରେସ), ସୁନୀଲ କୁମାର ବିଶୋୟୀ(ବିଜେଡି) ଓ ଗୋକୁଳ ଦଳବେହେରା(ସିପିଆଇ-ଏମ), ଜୋନ୍ ନଂ-୧୧ରୁ ମମତା ଗିରି(ବିଜେପି), ଋତୁପର୍ଣ୍ଣା ମିଶ୍ର(କଂଗ୍ରେସ) ଓ ଯମୁନା ଦଳବେହେରା(ବିଜେଡି), ଜୋନ୍ ନଂ-୧୨ରୁ ଦଣ୍ଡପାଣି ବଡମୁଣ୍ଡି(ବିଜେପି), କୁଞ୍ଜବିହାରୀ ପ୍ରଧାନ(କଂଗ୍ରେସ), ଯୁଦିଷ୍ଠିର ବଡମୁଣ୍ଡି(ବିଜେଡି) ଓ କୃଷ୍ଣଚନ୍ଦ୍ର କାର୍ଜୀ (ସିପିଆଇ-ଏମ), ଜୋନ୍ ନଂ-୧୩ରୁ ରେଣୁ ଭୂୟାଁ(ବିଜେପି), ମହେଶ୍ୱରୀ ଦେବୀ(କଂଗ୍ରେସ) ଓ ଗୌତମୀ ଜାନୀ(ବିଜେଡି) ଏବଂ ଜୋନ୍ ନଂ-୧୪ରୁ ସୁକାନ୍ତି ବିଷୋୟୀ(ବିଜେପି), ସୁପ୍ରିୟା ପଡିଆମୀ(କଂଗ୍ରେସ) ଓ ପିତାମ୍ବର ନାୟକ (ବିଜେଡି)ଦଳର ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ଗଜପତି ଇପିଏ ରୁ ଦିଲୀପ କୁମାର ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )